ଗ୍ରେଟର ନୋଏଡାରେ ମର୍ମନ୍ତୁଦ ଦୁର୍ଘଟଣା; ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | April 13, 2024 IST

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ୩ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନୋଏଡା ବିଟା ୨ ଥାନା ଅଞ୍ଚଳର ପରି ଚୌକରେ ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେମିତି ଦୁର୍ଘଟଣା ଘଟିଲା ତା’କୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । 

ଶୁକ୍ରବାର ଗ୍ରେଟର ନୋଏଡ଼ାରେ ଏହି ଦୁର୍ଘଟଣା ଘଟିଛି । ଏକ ମୋଟର ସାଇକେଲକୁ ଏକ ଆଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା । ଫଳରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

କୁଲେସରାର ବାସିନ୍ଦା ସୁରେନ୍ଦ୍ର କୁମାର ନିଜ ଭଉଣୀ ସହିତ ବାଇକରେ କାସନାରୁ କୁଳେସରା ଯାଉଥିଲେ ।  ମୋଟର ସାଇକେଲରେ ମୋଟ୍ ୪ଜଣ ଲୋକ ବସିଥିଲେ । ରାତି ପ୍ରାୟ ୨ଟା ବେଳେ ଗ୍ରେଟର ନୋଏଡାର ପରି ଚୌକ୍‌ରେ ଏକ ବାଇକ୍ ନିୟନ୍ତ୍ରଣ ହରାଇ ତାଙ୍କ ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ସୁରେନ୍ଦ୍ରଙ୍କ ସହିତ ପରିବାରର ଅନ୍ୟ ୩ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କ ସହିତ ଅନ୍ୟ ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଜଣେ ଏବେବି ଜୀବନ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣା ପୋଲିସ ତଦନ୍ତ କରୁଛି ।    

  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.