ଚିକେନ୍ ଦୋକାନ ପଛପଟେ ଯୁବକଙ୍କୁ ହତ୍ୟା : ଘଟଣାସ୍ଥଳରୁ ମିଳିଲା ମୋବାଇଲ୍

NEWS7
noel-tata-say-about-ratan-tata-after-becoming-the-chairman

ଛତ୍ରପୁର ୨୦।୨: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଯୁବକଙ୍କୁ ହତ୍ୟା l ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍ ନିକଟରେ ଏକ ଚିକେନ ଦୋକାନ ପଛପଟେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି l ମୃତକ ହେଲେ ଛତ୍ରପୁର ଥାନା ଅଧିନ ସାଏବ ଜେନାପଲ୍ଲୀ ଗ୍ରାମର ଆର. ରାଜା ରାଓ ବୋଲି ଜଣାପଡିଛି l

ଏ ଖବର ବି ପଢନ୍ତୁ:- ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ : ବିକଶିତ ଓଡିଶା ଲକ୍ଷ୍ୟକୁ ମିଳିବ ନୂଆ ଦିଗ

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଆର. ରାଜାଙ୍କୁ ଦୁର୍ବୃତ୍ତ ମାନେ ହତ୍ୟା କରି ରିକାପଲ୍ଲୀ ଗେଟ୍ ନିକଟରେ ଥିବା ଚିକେନ ଦୋକାନ ପଛପଟେ ପକାଇ ଦେଇଥିବା ଦେଖିବାକୁ ମିଳିଛି l ଶୁକ୍ରବାର ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଛତ୍ରପୁର ଥାନା ପୋଲିସକୁ ଖବର ଦେଇଥିଲେ l ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାଇଣ୍ଟିଫିକ୍ ଟିମ୍ ସମେତ ବହୁ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ମୃତକଙ୍କ ଫୋନ୍ ଜବତ ହେବା ସହ କିଛି ବାଡ଼ି ମଧ୍ୟ ଜବତ କରିଛି ପୋଲିସ । ଶବକୁ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠା ଯାଇଛି । ହତ୍ୟାର କରଣ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ରାଜାଙ୍କ ସହ କିଛି ପିଲାଙ୍କର ଝଗଡା ହୋଇଥିଲା । ଗୁରୁବାର ରାତି ୧୧ଟାରେ ତାଙ୍କୁ କେହି ଫୋନ୍ କରି ଡ଼ାକିନେଇଥିଲେ ବୋଲି ମୃତକଙ୍କ ଭାଇ କହିଥିଲେ । ଯେଉଁମାନେ ଫୋନ୍ କରିଥିଲେ ସେମାନେ ହିଁ ହତ୍ୟା କରିଛନ୍ତି ବୋଲି ମୃତକଙ୍କ ଭାଇ କହିଥିଲେ ପୂର୍ବ ଶତ୍ରୁତାରୁ ହିଁ ହୋଇ ଥାଇପାରେ ।