LIVE TV

ଦିନିକିଆ ସିରିଜ୍ ଖେଳିବେନି ଗିଲ-ଶ୍ରେୟସ ! ଏହି ଦୁଇ ବ୍ୟାଟରଙ୍କୁ ମିଳିପାରେ ସୁଯୋଗ

NEWS7
no-captains-photoshoot-before-icc-champions-trophy-

ନୂଆଦିଲ୍ଲୀ, ୨୦|୧୧:ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ସଜବାଜ ହେଲାଣି । ଗୋଟିଏ ଦିଗରେ ଟେଷ୍ଟ୍ ସିରିଜ୍ ଚାଲିଥିବା ବେଳେ ଏବେଠୁ ଟିମରେ କିଏ ରହିବ କିଏ ନାହିଁ ସେନେଇ ବିସିସିଆଇ ଆରମ୍ଭ କରିଛି ଗେମ୍ ପ୍ଲାନ୍ । ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦଳରେ ବଡ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି । ଯାହା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ।

ରିପୋର୍ଟ ଅନୁସାରେ, ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଏବେ ବ୍ୟାକଫୁଟରେ ରହିଛି । କାରଣ ଅଧିନାୟକ ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ଦୁଇ ଷ୍ଟାର୍ ପ୍ଲେୟାରଙ୍କ ବଦଳରେ କାହାକୁ ଦଳରେ ନିଆଯିବ ସେନେଇ କସରତ ଆରମ୍ଭ କରିଛି ବିସିସିଆଇ ।

ଗିଲ୍ ଏବଂ ଆୟର ଆହତ

ଗତ ନଭେମ୍ବର ୧୫ ତାରିଖରେ ଗିଲଙ୍କ ବେକରେ ଆଘାତ ଲାଗିଥିଲା । କିନ୍ତୁ ସେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ପାଇଁ ଗୌହାଟୀ ଗସ୍ତ କରିଛନ୍ତି । ତେବେ ସେ ମ୍ୟାଚ୍ ଖେଳିବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବିସିସିଆଇ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇପାରେ । ୨୬ ବର୍ଷୀୟ ଗିଲ୍ ମାର୍ଚ୍ଚ ମାସରୁ ଲଗାତାର ଖେଳୁଛନ୍ତି । ତାଙ୍କୁ ବିଶ୍ରାମ ଦରକାର ।

ଗିଲଙ୍କ ଭଳି ଶ୍ରେୟସଙ୍କୁ ମଧ୍ୟ ପଡିଆରେ ଆଘାତ ଲାଗିଥିଲା । ଫଳରେ ତାଙ୍କ ଛାତି ଭିତରେ ଗୁରୁତର ସମସ୍ୟା ଦେଖାଦେଇଥିଲା । ଅନେକ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଏବେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ବିସିସିଆଇ ତାଙ୍କ ଫିଟନେସକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ।

ଯଦି ଗିଲ୍ ଏବଂ ଶ୍ରେୟସ ଉଭୟ ଦିନିକିଆ ଖେଳିବେନି ତେବେ ତିଲକ ଶର୍ମାଙ୍କୁ ସୁଯୋଗ ମିଳିପାରେ । ସେ ଭାରତ ପାଇଁ ଚାରୋଟି ଦିନିକିଆ ଖେଳିଛନ୍ତି । ସେହିପରି ଜସସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ । ସେ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି ।

ଅନ୍ୟ ଦିଗରେ ଋଷଭ ପନ୍ତ ଏବେ ପୁରା ଫିଟ୍ ଅଛନ୍ତି । ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି । ତେବେ ଗିଲଙ୍କ ଜାଗାରେ କିଛି ଦିନ ପାଇଁ ଅକ୍ଷର ପଟେଲଙ୍କୁ ଅଧିନାୟକ ପଦ ମିଳିପାରେ । ଟି୨୦ରେ ମଧ୍ୟ ଚଳିତ ବର୍ଷ ତାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଥିଲା । ଆହୁରି ମଧ୍ୟ ଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିବ ବୋଲି ବିସିସିଆଇ ଜଣେ ଅଧିକାରୀ କହିଛନ୍ତି ।