ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ଭବତଃ ପ୍ରଥମ ଥର ପାଇଁ ମୁସଲିମ୍ ଟୋପି ପିନ୍ଧୁବାକୁ ମନା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ସରଗରମ ଥିବା ରାଜନୀତି ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିହାର ରାଜ୍ୟ ମଦ୍ରସା ଶିକ୍ଷା ବୋର୍ଡର ଶତାବ୍ଦୀ ସମାରୋହ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ମନ୍ତ୍ରୀ ଜମା ଖାନ ସିଏମ୍ ନୀତୀଶ କୁମାରଙ୍କୁ ଟୋପି ପିନ୍ଧା ପାଇଁ ଆସିଥିଲେ । କିନ୍ତୁ ନୀତୀଶ କୁମାର ଟୋପି ନିଜେ ପିନ୍ଧିବା ପରିବର୍ତ୍ତେ ମନ୍ତ୍ରୀ ଜମା ଖାନଙ୍କୁ ହିଁ ପିନ୍ଧାଇ ଦେଇଥିଲେ । ୧୨ ବର୍ଷ ପୂର୍ବେ ନୀତୀଶ କୁମାର ମୁସଲିମ୍ ଟୋପି ନପିନ୍ଧିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଥିଲେ ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଧର୍ମ ନିରପେକ୍ଷ ଛବି ରହିଛି । ରାଜନୀତି ମହଲରେ ସେ ତାଙ୍କର ଏହି ଛବି ପାଇଁ ଜଣାଶୁଣା। ଏଥିପାଇଁ ମୁସଲମାନଙ୍କ ଗୋଟିଏ ବଡ଼ ଗୋଷ୍ଠୀର ତାଙ୍କୁ ସମର୍ଥନ ରହିଛି । ରମଜାନ ମାସରେ ଆୟୋଜିତ ଇଫତାର୍ ପାର୍ଟିରେ ତାଙ୍କୁ ଅନେକ ଥରେ ଫେଜ୍ ଟୋପି ପିନ୍ଧିଥିବା ଦେଖିବାକୁ ମିଳିଛି । କିନ୍ତୁ ଆଜି ହଠାତ୍ ଟୋପି ନପିନ୍ଧିବା ତାଙ୍କ ବିରୋଧୀଙ୍କ ପାଇଁ ଏକ ସୁଯୋଗ ଦେଇଛି । ନୀତୀଶଙ୍କ ଧର୍ମ ନିରପେକ୍ଷ ଛବି ଉପରେ ଉଠାଇବା ପାଇଁ ବିରୋଧୀଙ୍କ ବଡ଼ ସୁଯୋଗ ମିଳିଛି ।
#WATCH | पटना: बिहार के मुख्यमंत्री नीतीश कुमार ज्ञान भवन में आयोजित बिहार राज्य मदरसा बोर्ड के शताब्दी कार्यक्रम में शामिल हुए। pic.twitter.com/KYGkLxrOTo
— ANI_HindiNews (@AHindinews) August 21, 2025
୨୦୧୩ ଲୋକସଭା ନିର୍ବାଚନ ପ୍ରଚାର ସମୟରେ, ନୀତୀଶ ଜୋର ଦେଇ କହିଥିଲେ ଯେ ଭାରତର ନେତା ଟୋପି ଏବଂ ତିଲକ ଉଭୟ ପିନ୍ଧିବା ଉଚିତ । ସେ ସେତେବେଳେ କାହାର ନାମ ନେଇ ନଥିଲେ, କିନ୍ତୁ ଏହା ସ୍ପଷ୍ଟ ଭାବରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଏକ କଟାକ୍ଷ ଥିଲା । ଯାହାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲେ, ଯେଉଁଥିରେ ସେ ଟୋପି ପିନ୍ଧିବାକୁ ମନା କରିଥିଲେ ।
ମଦ୍ରାସା ବୋର୍ଡ କାର୍ଯ୍ୟକ୍ରମରେ ନୀତୀଶ କୁମାର ମୁସଲିମ ସମ୍ପ୍ରଦାୟ ପାଇଁ କରିଥିବା ଅନେକ କାର୍ଯ୍ୟର ତାଲିକା ଦେଇଥିଲେ । ସେ କହିଥିଲେ, 'ଯେଉଁ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ସ୍ୱାମୀମାନେ ଛାଡ଼ି ଦିଅନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରି ମୁସଲିମ ମହିଳାଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ଅବସ୍ଥାକୁ ଉନ୍ନତ କରିବା ପାଇଁ, ରାଜ୍ୟ ସରକାର ୨୦୦୭ ମସିହାରେ ପ୍ରତି ମାସରେ ୧୦,୦୦୦ ଆର୍ଥିକ ସହାୟତା ଆରମ୍ଭ କରିଥିଲେ । ଏହି ପରିମାଣକୁ ବର୍ତ୍ତମାନ ପ୍ରତି ମାସରେ ୨୫,୦୦୦କୁ ବୃଦ୍ଧି କରାଯାଇଛି।' ସେ ଦାବି କରିଥିଲେ ଯେ ୨୦୦୫ ପୂର୍ବରୁ ମୁସଲିମ ସମ୍ପ୍ରଦାୟ ପାଇଁ କୌଣସି କାମ କରାଯାଇ ନଥିଲା । ସେ କହିଥିଲେ, '୨୦୦୬ ମସିହାରୁ କବରସ୍ଥାନଗୁଡ଼ିକୁ ବାଡ଼ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ବହୁ ସଂଖ୍ୟକ କବରସ୍ଥାନକୁ ବାଡ଼ ଦିଆଯାଇଛି, ଏବଂ ଏବେ ଏପରି କୌଣସି ବିବାଦ ନାହିଁ ।'