ମାନିବୁନି ଅନ୍ତର୍ଜାତୀୟ କୋର୍ଟର ନିର୍ଦ୍ଦେଶ, ସିନ୍ଧୁ ଜଳ ସନ୍ଧି ଉପରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ

NEWS7
nirbhaya-convicts-second-mercy-petition-rejected-by-president-today

ନୂଆଦିଲ୍ଲୀ: ପାକିସ୍ତାନ ସିନ୍ଧୁ ଦଳ ସନ୍ଧି ଉପରେ କୋର୍ଟ-କୋର୍ଟ ଖେଳୁଛି । ଅନ୍ୟପଟେ ଭାରତ ସିନ୍ଧୁ ଦଳ ସନ୍ଧି ସହ ଜଡ଼ିତ ଅନ୍ତର୍ଜାତୀୟ କୋର୍ଟଙ୍କ ଆଦେଶକୁ ମାନିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛି । ଭାରତ କହିଛି, ଏହି କୋର୍ଟ ଅଫ୍ ଆର୍ବିଟ୍ରେସନ ଅବୈଧ ରୂପେ ଗଠିତ ଓ ଏହାର ଆଦେଶକୁ ଭାରତ ମାନ୍ୟତା ଦେଉ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ କୋର୍ଟ ଭାରତକୁ ନିର୍ଦ୍ଦେଶ ଦେଇଥିଲା ଯେ ନିଜର ଜଳବିଦ୍ୟୁତ୍ ପ୍ଲାଣ୍ଟ ପରିଚାଳନା ରେକର୍ଡ ପ୍ରସ୍ତତ କରିବ, ଫଳରେ ଆଗାମୀ ଶୁଣାଣିରେ ଏହାକୁ ବ୍ୟବହାର କରାଯାଇପାରିବ । କୋର୍ଟ ଫେବ୍ରୁଆରୀ ୯, ୨୦୨୬ ସୁଦ୍ଧା ଏହି ଦସ୍ତାବିଜ ହସ୍ତାନ୍ତର କରିବା କିମ୍ୱା ଅନୁପାଳନ ନକରିବା ଉପରେ ଆନୁଷ୍ଠାନିକ ଭାବେ ସ୍ପଷ୍ଟୀକରଣ ଦେବା ପାଇଁ ଆଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ହେଗ ସ୍ଥିତ ମଧ୍ୟସ୍ଥ ନ୍ୟାୟାଳୟ (Court oF Arbitration) ସିନ୍ଧୁ ଜଳ ସନ୍ଧି ଢାଞ୍ଚା ଅଧିନରେ ନୂତନ ଶୁଣାଣି ଓ ଦସ୍ତାବିଜ ଆଦେଶ ସହ ଆଗକୁ ବଢୁଛି । କିନ୍ତୁ ଭାରତ ସ୍ପଷ୍ଟ କରିଛି ଯେ ଏହି କାର୍ଯ୍ୟାନୁଷ୍ଠାନର ବୈଧତାକୁ ମାନ୍ୟତା ଦେବ ନାହିଁ ଓ ଏଥିରେ ଅଂଶ ଗ୍ରହଣ କରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ବିବାଦର ମୁଖ୍ୟ କେନ୍ଦ୍ର ବିନ୍ଦୁ ସିନ୍ଧୁ ଜଳ ସନ୍ଧି ଅଧିନରେ ଗଠିତ ମଧ୍ୟସ୍ଥତା ନ୍ୟାୟାଳୟ ଦ୍ୱାରା ଗତ ସପ୍ତାହରେ ଜାରି କରାଯାଇଥିବା ନୋଟିସ । ଏଥିରେ ଭାରତୀୟ ଜଳବିଦ୍ୟୁତ୍ ପ୍ଲାଣ୍ଟ ସହ ଜଡ଼ିତ ପୋଣ୍ଡେଜ ଲଗବୁକକୁ ‘ଗୁଣ-ଦୋଷ ଉପରେ ଦ୍ୱିତୀୟ ପର୍ଯ୍ୟାୟ’ ଅଂଶ ଭାବେ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟ ହେଗର ପିସ୍ ପ୍ୟାଲେସରେ ଫେବ୍ରୁଆରୀ ୨-୩ରେ ଶୁଣାଣି ପାଇଁ ନିର୍ଦ୍ଦାରଣ କରିଥିଲେ ଓ ଏହା ମଧ୍ୟ ରେକର୍ଡ କରାଯାଇଛି ଯେ ଭାରତ କୌଣସି କାଉଣ୍ଟର ମେମୋରିଆଲ ଦାଖଲ କରି ନାହିଁ । କୌଣସି ଭାଗିଦାରୀର ସଂକେତ ମଧ୍ୟ ଦେଇ ନାହିଁ । ଏନଡିଟିଭିର ରିପୋର୍ଟ ଅନୁସାରେ, ସରକାରୀ ସୂତ୍ର କହିଛି ଯେ ତଥାକଥିତ ଅବୈଧ ରୂପେ ଗଠିତ ସିଓଏ ସମାନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଏହା ବ୍ୟତୀତ ସିନ୍ଧୁ ଜଳ ସନ୍ଧି କାହିଁକି ସ୍ଥଗିତ କରାଯାଇଛି, ତାହାର ଉତ୍ତର ଦେବାକୁ ଭାରତ ବାଧ୍ୟ ନୁହେଁ ।

ଉଲ୍ଲେଖଯୋଗ୍ୟ, ଭାରତ ଏପ୍ରିଲ୍ ୨୦୨୪ରେ ପହଲଗାମ ଆକ୍ରମଣ ପରେ ଆନୁଷ୍ଠାନିକ ଭାବେ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ କରିଥିଲା । ସେତେବେଳେ ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଉଠାଇଥିଲା । ଗତ ୯ ମାସରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନେକ ଦେଶର ରାଜଧାନୀକୁ ନିଜ ପ୍ରତିନିଧିମଣ୍ଡଳ ପଠାଇଥିଲା, ଜାତିସଂଘକୁ ଚିଠି ମଧ୍ୟ ଲେଖିଥିଲା ।