ବ୍ରହ୍ମପୁର ୨୬।୩: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚଟି ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନା ହାର ଲୁଟ୍ ଘଟଣାର ୧୬ ଘଣ୍ଟା ମଧ୍ୟରେ ଲୁଟେରାକୁ କାବୁ କଲା ପୋଲିସ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ପରିମିତା ଜେନା ନାମକ ମହିଳା ଜଣକ ମା’ ମଙ୍ଗଳା ୱେଲଡିଂ ଦୋକାନ ସମ୍ମୁଖରେ ମଙ୍ଗଳବାର ସକାଳେ ଝାଡୁ କରୁଥିବା ସମୟରେ ଦୁର୍ବୃତ୍ତମାନେ ବେକରୁ ସୁନା ହାର ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା । ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ଆସି ଝାମ୍ପି ନେଇଥିଲେ । ଏ ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗୋଟିଏ ବାଇକ୍ ସହ ୧୬ ଗ୍ରାମ୍ ସୁନା ହାର ଉଦ୍ଧାର କରିଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।
ସେପଟେ, ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ସୁନା ଚେନ୍ ଲୁଟ୍ କରୁଥିବା ଗ୍ୟାଙ୍ଗକୁ କାବୁ କଲା ପୋଲିସ । ୬ ଜଣ ମହିଳା ଓ ଜଣେ ପୁରୁଷ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ପୋଲିସ । ଗ୍ୟାଙ୍ଗ୍ ଲିଡରକୁ ଖୋଜୁଛି ପୋଲିସ । ଗତ ତିନି ବର୍ଷ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ ଲୁଟେରା ଗ୍ୟାଙ୍ଗ୍ । ମନ୍ଦିର ଗୁଡିକରେ ବିଶେଷ ଦିନରେ ଗହଳି ରହୁଥିବା ଅଞ୍ଚଳକୁ ଟାର୍ଗେଟ୍ କରୁଥିଲେ । ତିନୋଟି ଲୁଟେରା ଗ୍ୟାଙ୍ଗ୍ ରହିଛି । ଏବେ ଗୋଟିଏ ଗ୍ୟାଙ୍ଗ୍କୁ କାବୁ କରାଯାଇଛି । ଆଗାମୀ ଦିନରେ ଆଉ ଦୁଇଟି ଗ୍ୟାଙ୍ଗ୍କୁ ଧରାଯିବ ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
You Can Read: