LIVE TV

ଆଗକୁ ଆହୁରି କଲବଲ କରିବ ଶୀତ, ୩ ରୁ ୫ ଡିଗ୍ରୀ ଖସିବ ପାରଦ

NEWS7
next-three-months-have-heat-wave-alert-in-odisha

ଭୁବନେଶ୍ୱର ୦୮।୧୧ : ରାଜ୍ୟରେ ଥଣ୍ଡା ଆହୁରି ବଢ଼ିବ। ଶନିବାର ଓ ରବିବାର ରାତି ତାପମାତ୍ରା ପ୍ରାୟ  ୩ରୁ ୫ ଡିଗ୍ରୀ ଖସିବ। ରାଉରକେଲା, ତୁରୁମୁଙ୍ଗା,  ବାଲିଗୁଡ଼ା ଓ ଗଜାପୁର  ଭଳି ସ୍ଥାନରେ ପାରଦ ୧୨ ଡିଗ୍ରୀକୁ ଖସିପାରେ। ସମ୍ବଲପୁର, ଭବାନୀପାଟଣା, ଝାରସୁଗୁଡ଼ା ଓ  ମୋହନାରେ ରାତି ତାପମାତ୍ରା ୧୪ ଡିଗ୍ରୀକୁ ଖସିବ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଏଭଳି ପୂର୍ବାନୁମାନ ଦେଇଛନ୍ତି।

ସେପଟେ ଭାରତୀୟ ପାଣିପାଗ  ବିଭାଗ(ଆଇଏମ୍‌ଡି) ମଧ୍ୟ ଆଗକ ଥଣ୍ଡା ବଢ଼ିବ ବୋଲି ଆକଳନ କରିଛି । କହିଛି, ୧୪ରୁ ୨୦ ତାରିଖ ଯାଏ  ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ । ଅଧିକାଂଶ  ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।

ଗୁରୁବାର ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା । ଏହା  ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଫୁଲବାଣୀରେ ୧୪ ଡିଗ୍ରୀ,  କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ  କେନ୍ଦୁଝରରେ ୧୬.୮, ଭଦ୍ରକରେ ୧୬.୫ ଓ ଢେଙ୍କାନାଳରେ ସର୍ବନିମ୍ନ  ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ ହୋଇଛି ।