ଆଇଟିଇଆରରେ ଆଇସିଆର୍‌ଏଏମ୍‌ଇଆରଡି- ୨୦୨୫ ଆୟୋଜିତ, ସାରା ବିଶ୍ୱରୁ ଭାଗ ନେଲେ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ

NEWS7
new-scheme-aims-to-make-bmc-offices-waste-free

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍ଟରନ୍ୟାସନ୍ନାଲ୍ କନ୍ଫରେନ୍ସ ଅନ୍ ରିସେଂଟ ଆଡ୍ଭାନ୍ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ୨୦୨୫ (ଆଇସିଆର୍‌ଏ5ଏମ୍ଇଆରଡି) ଆୟୋଜିତ ହୋଇଯାଇଛି । ହାଇବ୍ରିଡ ମୋଡରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ।

ଆଇଟିଇଆରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସରୋଜ କୁମାର ଆଚାର୍ଯ୍ୟଙ୍କ ଉଦ୍ୟମରେ ୨୦୨୦ରୁ ଆୟୋଜନ କରାଯାଉଥିବା ବେଳେ ଏହାକୁ ଏକ ସମ୍ମାନଜନକ ବାର୍ଷିକ ଶୈକ୍ଷିକ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଏ । ଏହି ସମ୍ମିଳନୀରେ ସ୍ପୋପସ୍-ଇଣ୍ଡେକ୍ସରେ ପ୍ରକାଶିତ ଉନ୍ନତମାନର ଗବେଷଣା ସନ୍ଦର୍ଭ ଗ୍ରହଣ କରାଯାଇଥାଏ । ଗବେଷକ, ବୈଜ୍ଞାନିକ, ଶିକ୍ଷାବିତ୍, ସ୍କଲାର ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତି ବିଶେଷମାନଙ୍କୁ ଏକ ଆନ୍ତର୍ଜାତିକ ପ୍ଲାଟଫର୍ମ ଯୋଗାଇ ଦେବା ହିଁ ଆଇସିଆର୍ଏଏମ୍ଇଆରଡି -୨୦୨୫ର ମୁଖ୍ୟ ଉଦ୍ଦେଶ୍ୟ ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଅଫ୍ ବୋସୱାନାର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭି.ପି. କୋମୁଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ଫେରୋ ଆଲୟ (ଇନ୍ଫା) ଲିମିଟେଡର ଡେପୁଟି ଜେନେରାଲ ମ୍ୟାନେଜର (ମେକାନିକାଲ) ଶ୍ରୀ ସୟଙ୍ଗ ଭୁବ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ସମ୍ପର୍କରେ ବିଭାଗୀୟ ମୁଖ୍ୟ ପ୍ରଫେସର ସରୋଜ କୁମାର ଆଚର୍ଯ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଆଇସିଆର୍ଏଏମ୍ଇଆରଡି ୨୦୨୫ର ଆବାହକ ପ୍ରଫେସର ଏସ୍.ଏନ୍ ଦାସ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସହ ଆବାହକ ଡକ୍ଟର ଅନୁପମା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଇଟିଇଆରର ଆଡିସ୍ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରୁ ପ୍ରାୟ ୧୮୦ଟି ଗବେଷଣା ସନ୍ଦର୍ଭ ଗ୍ରହଣ କରାଯାଇଥିଲା ।

ସମ୍ମିଳନୀରେ ୟୁକେ ସ୍ଥିତ ୟୁନିଭର୍ସିଟି ଅଫ୍ ଗ୍ଲାସ୍ଗୋର ରିଡର ଏବଂ ସିନିୟର ଆଡଭାଇଜର ଡକ୍ଟର ମାନିଲୋ ଟାସିଏରି, ୟୁଏସଏ ବୋଷ୍ଟନ ସ୍ଥିତ କ୍ୟାପିଟାଲ୍ ୱାନ୍ର ସିନିୟର ଇଞ୍ଜିନିୟରିଂ ମ୍ୟାନେଜର ଶ୍ରୀ ବିମଳ ମହାନ୍ତି, ପାପୁଆ ନ୍ୟୁଗିନି ୟୁନିଭର୍ସଟି ଅଫ୍ ଟେକ୍ନୋଲଜିର ଆସୋସିଏଟ୍ ପ୍ରଫେସର କମଳାକାନ୍ତ ମୁଦୁଲି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ସେହିପରି ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଂଟର ଡିନ୍ ପ୍ରଫେସର ଜେ.କେ ନାଥ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କୃତି ପ୍ରତିଯୋଗୀମାନଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା । ଡକ୍ଟର ରଶ୍ମି ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।