ପିକ୍ ଆଓ୍ଵାର୍ସରେ ଭଡ଼ା ବଢ଼ାଇପାରିବେ ଓଲା- ଉବର- ରାପିଡୋ, ମିଳିଲା ସରକାରଙ୍କ ଅନୁମତି

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ: ଓଲା, ଉବର ଏବଂ ରାପିଡୋ ଭଳି କ୍ୟାବ୍ ସର୍ଭିସ ଦେଉଥିବା କମ୍ପାନିଗୁଡ଼ିକ ପାଇଁ ବୁଧବାର କେନ୍ଦ୍ର ସରକାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏଥର ଅନ୍‌ଲାଇନ୍ ଟ୍ୟାକ୍ସି ସେବା ଦେଉଥିବା କମ୍ପାନୀଗୁଡ଼ିକ ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କ ଠାରୁ ପିକ୍ ଆୱାରରେ ମୂଳ ଭଡ଼ାର ଦୁଇଗୁଣା ଭଡ଼ା ଆଦାୟ କରିପାରିବେ। ଏନେଇ ସରକାର ମଞ୍ଜୁରି ମିଳିଛି। ପୂର୍ବରୁ ଏହି ଲିମିଟ୍ ୧.୫ ଗୁଣା ପର୍ଯ୍ୟନ୍ତ ଥିଲା। ସେହିଭଳି ନନ୍ ପିକ୍ ଆୱାରରେ କମ୍ପାନିୀ ସର୍ବନିମ୍ନ ୫୦% ଭଡ଼ା ନେଇପାରିବେ। 

ଏହି ନିଷ୍ପତ୍ତି ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନୂଆ ମୋଟର ଭେଇକିଲ ଆଗ୍ରିଗେଟର ଗାଇଡଲାଇନ୍ସ ୨୦୨୫ ଅନୁଯାୟୀ ନିଆଯାଇଛି। ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଏହି ନୂଆ ଗାଇଡଲାଇନ୍ସକୁ ଲାଗୁ କରିବାକୁ ୩ ମାସର ସମୟ ଦେଇଛନ୍ତି। 

ସେହିଭଳି ମନ୍ତ୍ରାଳୟ ଆହୁରି କହିଛି ଯଦି ଡ୍ରାଇଭର ରାଇଡ ଆକ୍ସେପ୍ଟ କରିବା ପରେ ଯଦି ବିନା କୌଣସି ଜରୁରୀ କାରଣରେ ରାଇଡ କ୍ୟାନ୍ସଲ କରିବେ ତେବେ ତାଙ୍କ ଉପରେ ଭଡ଼ାର ୧୦% ପର୍ଯ୍ୟନ୍ତ ବା ସର୍ବାଧିକ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନ ଲାଗିବ। ପାସେଞ୍ଜରଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ନୂଆ ଗାଇଡଲାଇନରେ ନୂଆ ଡ୍ରାଇଭରଙ୍କ ପାଖରେ ସର୍ବନିମ୍ନ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଏବଂ ୧୦ ଲକ୍ଷ ଟଙ୍କା ଟର୍ମ ଇନସ୍ୟୁରାନ୍ସ ଥିବ। କ୍ୟାବ୍ ଆଗ୍ରିଗେଟର ସୁନିଶ୍ଚିତ କିରବେ। ଭଡ଼ାରୁ ଡ୍ରାଇଭର ୮୦% ନେବେ ଏବଂ କମ୍ପାନୀ ୨୦% ନେବ। ଭିନ୍ନ ଭିନ୍ନ କ୍ୟାଟେଗୋରୀର କାର୍ ପାଇଁ ମୂଳ ଭଡ଼ା ସରକାର ନିର୍ଦ୍ଧାରିଣ କରିବେ।

ସୁରକ୍ଷା ଦୃଷ୍ଟିରୁ ଡ୍ରାଇଭର ପୁଲିସ ଭେରିଫାଏଡ୍ ପରେ କମ୍ପାନୀରେ ରେଜିଷ୍ଟର ହେବେ। ପ୍ରତି ଗାଡ଼ିରେ ଭେଇକିଲ ଲୋକେସନ ଆଣ୍ଡ୍ ଟ୍ରାକିଂ ଡିଭାଇସ ଲାଗିବ, ଆପ୍‌ରେ ଦେଖାଉଥିବା ରୁଟ୍‌ ହିସାବରେ ହିଁ ଡ୍ରାଇଭର ଗାଡ଼ି ଚଲାଇବେ ବୋଲି ନିୟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.