ଭୁବନେଶ୍ୱର ୦୩/୦୭: ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ଲାନ ୧,୨,୩ ଥାଏ । ଅତିରିକ୍ତ ତହସିଲଦାରକୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି । କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ ଭାବେ ସାମ୍ନାକୁ ଆସିଥିଲି । ଆମ ଉପରେ ଭରସା ରଖନ୍ତୁ ଅଧିକାରୀ । ଯେଉଁ ଅଫିସର ଧର୍ମଘଟ ଅଛନ୍ତି ତାଙ୍କ କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତ । ସେମାନଙ୍କୁ ନେଇକି ସରକାର ଚାଲେ ।
ଘଟଣାରେ ୫ ଜଣ ଗିରଫ ହୋଇଛି ସାରିଲେଣି । ଦଳରୁ ବି ନିଲମ୍ବନ ହୋଇଛନ୍ତି । ବିନା ପ୍ରମାଣ ରେ ଯଦି ପ୍ରଚ୍ଛଦ ପଟରେ କିଏ ତାକୁ ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି ସେମାନେ ଗିରଫ ହୋଇଛନ୍ତି । ପ୍ରଚ୍ଛଦ ପଟରେ କିଏ ଅଛନ୍ତି ଖୋଜିବାକୁ ସମୟ ଲାଗିବ । କେହି ବର୍ତ୍ତିବେ ନାହିଁ ଆଇନ ତା ବାଟରେ ଯିବ । ରାଜ୍ୟରେ ବନ୍ୟା ପରିସ୍ଥିତି ସହ ରଥଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ସ୍ଥଗିତ ରଖ ପରବର୍ତ୍ତୀ ସମୟରେ ମଧ୍ୟ କରିପାରିବେ । ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ।
ସେପଟେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀଙ୍କ ଉତ୍ତର ବି ସମାନ । ସେ କହିଛନ୍ତି କାମରୁ ବିରତ ରହିବା ଦ୍ଵାରା ସମସ୍ୟାର ସମାଧାନ ହୁଏନି । ଆପଣଙ୍କ ସହ ସରକାରଙ୍କର ଆଲୋଚନା ହୋଇଛି । କାମକୁ ପ୍ରଶାସନିକ ଅଧିକାରୀ ନ ଆସିବା ଦ୍ବାରା ଅନେକ କାମ ଲୋକଙ୍କର ବ୍ୟାଘାତ ହେଉଛି। ସେମାନେ କାମରେ ଯୋଗ ଦେବା କଥା। ମୁଖ୍ୟମନ୍ତ୍ରୀ ନିଜେ ଆଲୋଚନା କରିଛନ୍ତି।
ତୁରନ୍ତ ପଦକ୍ଷେପ ନେଇଛନ୍ତି ସରକାର।ଆଗକୁ ମଧ୍ୟ ତଦନ୍ତ ହେଉଛି। ଆଇନ ଅନୁସାରେ ଯାହା ଆବଶ୍ୟକ ପଦକ୍ଷେପ ଗ୍ରହଣ ହେବ। କିନ୍ତୁ କାର୍ଯ୍ୟରେ ଯୋଗ ନ ଦେବା ଠିକ୍ ନୁହେଁ। ଏହା ଦ୍ୱାରା ସମସ୍ତଙ୍କର କ୍ଷତି।ଟିକେ ଟିକେ କଥା ନେଇ କାମ ନ କରିବା ଦ୍ଵାରା ସମସ୍ତଙ୍କର ଖ୍ୟାତି ହେଉଛି।ସରକାର ଆପଣ ଙ୍କ କଥା ବୁଝୁଛନ୍ତି ଠିକ୍ ନିଷ୍ପତି ନେବ।