LIVE TV

ତେଜସ୍ୱୀଙ୍କୁ ଜନ୍ମଦିନରେ ସ୍ୱତନ୍ତ୍ର ଉପହାର , ପାଟନାରେ ଲାଗିଲା ବଡ଼ ବଡ଼ ପୋଷ୍ଟର

NEWS7
new-rti-commisioner-appoint

ନୂଆଦିଲ୍ଲୀ – ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କର ଆସନ୍ତାକାଲି ୯ ନଭେମ୍ୱର ହେଉଛି ଜନ୍ମଦିନ। ନିର୍ବାଚନୀ ବର୍ଷରେ ରାଷ୍ଟ୍ରୀୟ ଜନତା ଦଳ ଏହାକୁ ସ୍ୱତନ୍ତ୍ର କରିବାର ପ୍ରସ୍ତୁତି ପୂର୍ବରୁ ହିଁ କରୁଛି। ତେଜସ୍ୱୀଙ୍କ ଜନ୍ମଦିନକୁ ନେଇ ପାଟନାରେ ବଡ଼ ବଡ଼ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ତେଜସ୍ୱୀ ଯାଦବଙ୍କୁ ସ୍ୱତନ୍ତ୍ର ଗିଫ୍ଟ ଅଫର କରାଯାଇଛି। ବିହାର ଗଠବନ୍ଧନ ତେଜସ୍ୱୀ ଯାଦବଙ୍କୁ ନିଜର ସିଏମ୍‌ ଫେସ୍‌ ଘୋଷିତ କରି ସାରିଛି।

ପାଟନାରେ ଆରଜେଡି କାର୍ଯ୍ୟାଳୟର ବାହାର ସମେତ ଅନେକ ସ୍ଥାନରେ ଏମିତି ପୋଷ୍ଟର ଲଗାଇଛନ୍ତି। ଆରଜେଡି କାର୍ଯ୍ୟକର୍ତ୍ତାମାନେ ପୋଷ୍ଟରରେ ଲେଖାଇଛନ୍ତି– ସିଏମ୍‌ ଅଫ୍‌ ବିହାର , ଜନ୍ମଦିନର ଉପହାର। ଏକ ଚୌକିର ଫଟୋ ତିଆରି କରାଯାଇଛି , ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଚୌକି କୁହାଯାଇଛି। ପ୍ରତି ଘରେ ଚାକିରି ହେବାକୁ ସଂକଳ୍ପିତ ତେଜସ୍ୱୀ ଯାଦବଙ୍କୁ ବିହାରର ଲୋକଙ୍କ ପକ୍ଷରୁ ଜନ୍ମଦିନର ଶୁଭେଚ୍ଛା। ଏହା ମଧ୍ୟ କୁହାଯାଇଛି ଯେ, ତେଜସ୍ୱୀ ଯାଦବ ଦଳିତ , ଶୋଷିତ , ପୀଡ଼ିତ ଜନତାଙ୍କୁ ନ୍ୟାୟ ଦେବେ। ଲୋକେ ତାଙ୍କୁ ସିଏମ୍ କରିବେ। ତାଙ୍କୁ ଭାରତର ସବୁଠୁ ଯୁବ ସିଏମ୍ କୁହାଯାଉଛି।

ତେଜସ୍ୱୀ ଯାଦବଙ୍କୁ କାଲି ଅର୍ଥାତ୍‌ ରବିବାର ୩୬ ବର୍ଷ ପୂରିବ। ତାଙ୍କର ଜନ୍ମ ୯ ନଭେମ୍ୱର ୧୯୮୯ ରେ ଗୋପାଗଞ୍ଜ ଜିଲ୍ଲାରେ ହୋଇଥିଲା। ତେଜସ୍ୱୀ ଯାଦବଙ୍କୁ ପ୍ରାୟ  ୨୬ ବର୍ଷ ବୟସରେ ବିହାରର ଉପ ମୁଖ୍ୟମନ୍ତ୍ରୀ ହେବାର ଶ୍ରେୟ ମିଳି ସାରିଛି। ସେତେବେଳେ ସେ ଦେଢ ବର୍ଷ ଯାଏ ନିତିଶ କୁମାରଙ୍କ ୨୦୧୫ର ସରକାରରେ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିଲେ। ଦ୍ୱିତୀୟ ଥର ୨୦୨୨ରେ ନିତିଶ କୁମାରଙ୍କ ସହ ସେ ପୁଣି ଥରେ ବିହାରରେ ଉପ-ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ।

ତେଜସ୍ୱୀ ଯାଦବ ବର୍ତ୍ତମାନ ବିହାରର ବିରୋଧୀ ଦଳ ନେତା। ଆରଜେଡି ତାଙ୍କୁ ପ୍ରଥମରୁ ହିଁ ସିଏମ୍‌ ପ୍ରାର୍ଥୀ ଘୋଷିତ କରିଛି। ତାଙ୍କୁ ମହାଗଠବନ୍ଧନ ପକ୍ଷରୁ ଏହି ନିର୍ବାଚନ ପାଇଁ ସିଏମ୍ ଫେସ୍‌ ଘୋଷିତ କରାଯାଇ ସାରିଛି। ୨୦୨୦ର ନିର୍ବାଚନ ମଧ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ହିଁ ଲଢାଯାଇ ଥିଲା। ଲାଲୁ ଯାଦବ ତାଙ୍କୁ ନିଜର ଉତ୍ତରାଧିକାରୀ ମଧ୍ୟ ଘୋଷିତ କରିଛନ୍ତି। ବର୍ତ୍ତମାନ ପାର୍ଟିର ନେତୃତ୍ୱ ତେଜସ୍ୱୀ ଯାଦବଙ୍କ ହାତରେ ହିଁ ରହିଛି। ନେତାଙ୍କ ଜନ୍ମଦିନକୁ ନେଇ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଲାଗି ରହିଛି।