ବିତିଗଲାଣି ଦୁଇ ବର୍ଷ : ନୂତନ ଥାନାରେ ସରିଛି ନିର୍ମାଣ, ହେଲେ ଏବେ ଯାଏଁ ହୋଇନି କାର୍ଯ୍ୟକ୍ଷମ

Published By : Prameya-News7 Bureau | March 20, 2024 IST

ଦାରିଙ୍ଗବାଡ଼ି ୨୦।୦୩ :  ବିତିଗଲାଣି ଦୁଇ ବର୍ଷ । ନୂତନ ଥାନାର ହୋଇପାରିନି ପୁରା କାର୍ଯ୍ୟକ୍ଷମ । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀ । ତେଣୁ ତୁରନ୍ତ ନୂତନ ଥାନାର କାର୍ଯ୍ୟ ନିର୍ମାଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।  

୨୦୦୭-୦୮ ମସିହାରେ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ  ପରେ ଦାରିଙ୍ଗବାଡ଼ି ବ୍ଲକରେ ମାଓବଦୀଙ୍କ କର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧି ପାଇଥିଲା । ତେଣୁ ନକ୍ସଲ ଓ ମାଓବାଦୀଙ୍କ ପ୍ରଭାବ ରୋକିବା ନିମନ୍ତେ ବାଲିଗୁଡା ଥାନା ବୁଡ଼ାଗୁଡା ପଞ୍ଚାୟତ ଠାରେ ଥିବା ଫାଣ୍ଡି ଏବଂ କାଟିଙ୍ଗିଆ ପଞ୍ଚାୟତ ଠାରେ ଥିବା ପୋଲିସ ଫାଣ୍ଡି   କାଯ୍ୟକ୍ଷମ ଥିଲା ।  

ତେବେ କାଟିଙ୍ଗିଆ ଫାଣ୍ଡି ଉପରେ ବାରମ୍ବାର ନକ୍ସଲଙ୍କ ଆକ୍ରମଣ ଯୋଗୁଁ ତାହା ବନ୍ଦ ହେବା ସହିତ ସେହି ନକ୍ସଲ ଓ ମାଓବାଦୀଙ୍କ ଭୟରେ ବୁଡ଼ାଗୁଡା ଠାରେ ନିର୍ମାଣ ହୋଇଥିବା ଫାଣ୍ଡିଟିକୁ ମଧ୍ୟ ୨୦୧୭ ମସିହାରେ ବନ୍ଦ କରିଦିଆଯାଇଛି । ଯାହାଫଳରେ ବର୍ତ୍ତମାନ ୭ବର୍ଷ ରୁ ଅଧିକ ସମୟ ହେଲା  ବୁଡ଼ାଗୁଡା   ସମେତ ତିଲୋରୀ ଗୁମିକିଆ ଅଞ୍ଚଳବାସୀ ୩୫ରୁ ୪୦ କିଲୋମିଟର ଦୂରରେ ଥିବା  ବାଲିଗୁଡା ଥାନା ଉପରେ ନିର୍ଭର କରୁଛନ୍ତି । ପୋଲିସ ସେଠାକୁ ଠିକ୍‌ ସମୟରେ ନଆସିବା କାରଣରୁ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବା ସହିତ ଅଞ୍ଚଳରେ ଚୋରି ଡକାୟତି ସହିତ ଖୁଲମଖୁଲ୍ଲା ମଦ ବ୍ୟବସାୟ ବଢିଚାଲିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.