ନୂଆଦିଲ୍ଲୀ : ଦିଲ୍ଲୀ ସରକାରରେ ମନ୍ତ୍ରୀ କପିଲ ମିଶ୍ରା ଛଠ୍‌ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ବିଜେପି କେବେ ଦାବି କରିନାହିଁ ଯେ,ଯମୁନା ପରିଷ୍କାର କିମ୍ୱା ପାଣି ପିଇବା ଯୋଗ୍ୟ, କିନ୍ତୁ ଚଳିତ ବର୍ଷ ଛଠ୍‌ ସେଠାରେ ହୋଇ ପାରେ। କପିଲ ମିଶ୍ରା ରବିବାର କ୍ରାଉନ୍‌ ପ୍ଲାସା ଓ ବସୁଦେବ ଘାଟରେ ଛଠ୍‌ ପୂଜାର ପ୍ରସ୍ତୁତିର ସମୀକ୍ଷା କରିବାକୁ ପହଞ୍ଚି ଥିଲେ। ଏହି ସମୟରେ ସେ ଏହା କଥା କହି ଥିଲେ। ଏତିକି ବେଳେ ସେ ଆମ୍‌ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ମଧ୍ୟ ଜୋରଦାର ଟାର୍ଗେଟ୍‌ କରିଥିଲେ। କପିଲ ମିଶ୍ରା କହିଥିଲେ, ବିଜେପି କେବେ ଏବେ ଦାବି କରି ନାହିଁ ଯେ, ଯମୁନା ସଫା ଅଛି କିମ୍ୱା ଏହାର ପାଣି ପିଇବା ଯୋଗ୍ୟ, କିନ୍ତୁ ଛଠ୍‌ ପୂଜା କରାଯାଇ ପାରେ।

ସେ ଆହୁରି କହି ଥିଲେ, ଦିଲ୍ଲୀ ସରକାର ଭବ୍ୟ ଛଠ୍‌ ପୂଜାର ପ୍ରସ୍ତୁତି କରି ସାରିଛି। ଗତ ସରକାର ଯମୁନା ଘାଟରେ ଛଠ୍‌ ପୂଜା ଉପରେ ପ୍ରତିବନ୍ଧକ ଲଗାଇ ଥିଲା, କିନ୍ତୁ ଏହି ଥର ଛଠ୍‌ ପୂଜା ଯମୁନା ଘାଟରେ ହିଁ ହେବ। କପିଲ ମିଶ୍ରା ପଚାରି ଥିଲେ, ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବାଞ୍ଚଳର ଲୋକଙ୍କ ଉପରେ ରୁଜୁ କରାଯାଇ ଥିବା ମୋକଦମା ବିଷୟରେ ପଚାରିବାକୁ ଚାହୁଁଛି। ସେ ପୂଜା ଉପରେ ପ୍ରତିବନ୍ଧର ଲଗାଇ ଥିଲେ। ସେ ଏମିତି କାହିଁକି କଲେ? ଏହିଥର ପୂଜା ଏତେ ଭଲଭାବେ କେମିତି ହେଉଛି ?

ଏହି ମଧ୍ୟରେ କ୍ରାଉନ୍‌ ପ୍ଲାଜା ନିକଟରେ ପ୍ରସ୍ତୁତିର ସମୀକ୍ଷା ନେଇ କପିଲ ମିଶ୍ରା କହିଥିଲେ, ମୁଁ ଏଠାରେ ଘାଟ ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିବାକୁ ଆସିଛି ଏବଂ କିଛି ବନ୍ଦୋବସ୍ତ ଅଛି, ଯାହା ଆମକୁ ଆଗାମୀ କିଛି ଘଣ୍ଟାରେ ଶୀଘ୍ର କରିବାକୁ ହେବ। ସେ କେବଳ ଅରବିନ୍ଦ କେଜ୍ରିୱାଲଙ୍କୁ ହିଁ ଦୋଷ ଦେଉଛନ୍ତି, କାରଣ ଗତ ୧୧ବର୍ଷରୁ ତାଙ୍କର ହିଁ ସରକାର ଥିଲା। ଯମୁନା ନଦୀର ଗତ ବର୍ଷର ସ୍ଥିତି ଏବଂ ଚଳିତ ବର୍ଷର ସ୍ଥିତିର ତୁଳନା କରି ସେ କହିଛନ୍ତି ଯେ, ବହୁତ ବଡ଼ ତଫାତ୍ ରହିଛି।