କାଠମାଣ୍ଡୁ: ନେପାଳରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ବାଂଲାଦେଶ ପରି ନେପାଳରେ ବି କ୍ଷମତାର ପତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସମେତ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେବା ପରେ ଏବେ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଦେଲ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନେପାଳି ସରକାରଙ୍କର ଦୁର୍ନୀତି ବିରୋଧରେ ସେଠାକେର  ଯୁବଗୋଷ୍ଠୀ ତୀବ୍ର ଆନ୍ଦୋଳ କରିଥିଲା। ଯାହାର ପରିଣାମ ଏଭଳି ହୋଇଛି।

ନେପାଳ ସରକାରଙ୍କର ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ବିରୋଧରେ ପୂରା ନେପାଳ ଜନତା ସାରା ଦେଳରେ ତୀବ୍ର ଆନ୍ଦୋଳନ ଜାରି ରଖିଛି।  କେପି ଶର୍ମା ଓଲିଙ୍କ ପୁଲିସ ଓ ସେନା ବଳ ଲଗାଇ ଆନ୍ଦୋଳନକୁ ଦବାଇକୁ ଚେଷ୍ଟା କରିଥିଲେ। ଏଥିରେ ଅତି କମ୍‌ରେ ୨୨ ଜଣଙ୍କର  ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଠାରୁ ଆରମ୍ଭ ତୀବ୍ର ହୋଇଥିବ ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶତାଧିକ ଆହତ ମଧ୍ୟ ହେଲେଣି।

ଗତ ସପ୍ତାହରେ ଓଲିଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବିବାଦୀୟ ପ୍ରତିବନ୍ଧକ ଯୋଗୁ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ତେବେ ମଙ୍ଗଳବାର ଭୋର ସମୟରେ ସରକାର ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇ ଦେଇଥିଲେ। ବର୍ତ୍ତମାନ ସେଠାରେ କୌଣସି ସରକାର ନଥିବାରୁ ନେପାଳୀ ସେନା ଶାସନ ଭାର ନେଇଛି। ରାଜନୈତିକ ନେତୃତ୍ୱର ଅନୁପସ୍ଥିତିରେ ଏହାର ସୁରକ୍ଷା ପରିସ୍ଥିତିର ଦାୟିତ୍ୱ ସେନା ହାତକୁ ନେଇ ବୋଲି ନେପାଳ ଆର୍ମି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି।