LIVE TV

TPCODL ର ମନ ମାନି ଓ ସ୍ମାର୍ଟ ମିଟରକୁ ବିରୋଧ, ଆଜି ଢେଙ୍କାନାଳ ବନ୍ଦ ଡାକରା

NEWS7
nepal-expresses-deep-concern-over-india-pakistan-escalation-reaffirms-support-in-fight-against-terrorism

ଢେଙ୍କାନାଳ ୧୭/୧୧: ସୋମବାର ଢେଙ୍କାନାଳ ବନ୍ଦ । ସ୍ମାର୍ଟ ମିଟର ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ଟାରୁ ରାଜପଥ ଅବରୋଧ ସହ ରେଳ ଅବରୋଧ କରାଯାଇଛି । ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି ।

​​​​​​​

ସକାଳ ୧୦ଟାରୁ ପିକେଟିଂ କରାଯାଇ ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ । ପରେ ଦିନ ୧୨ଟାରେ ଏକ ବିରାଟ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ ଜରୁରୀକାଳିନ ସେବାକୁ ବାଦ୍ ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ଆବାହକ ଗୋପାଳ ଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି ।

ସେପଟେ ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଠାରେ ଆନ୍ଦୋଳନକାରୀ ମାଲବାହୀ ଟ୍ରେନ୍ ଓ ଅନୁଗୁଳ ପୁରୀ ଡିଏମୟୁ ଟ୍ରେନକୁ ଅଟକ ରଖିଥିବା ସୂଚନା ମିଳିଛି। ଏପଟେ କଲେଜ ବାଇପାସ, କୋରିଆଁ, କଣ୍ଟା ନାଳୀ, ମହିଷାପାଟ ଆଦି ସ୍ଥାନରେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାରୁ ରାଜପଥରେ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ତେବେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ଫୋର୍ସ ଆଦି ପ୍ରସ୍ତୁତି କରାଯାଇଛି ।