ଚୌଦ୍ୱାରରୁ ପୁରୀ , ୬ ରାଜ୍ୟ ପରେ ମଥୁରା ଆଶ୍ରମ, କିପରି ପୋଲିସ୍ ଅଫିସରଙ୍କୁ ଚିହ୍ନି ପାରିଲାନି ଜେଲରୁ ଫେରାର୍ ମଧୁକାନ୍ତ, ଆଉ ସ୍କୁଟରରେ ବସାଇ ଆଶ୍ରମ ନେଲା….

NEWS7
neeraj-chopra-wins-gold-in-world-athletics-championships-pm-narendra-modi

ଭୁବନେଶ୍ୱର: ସ୍ପେଶାଲ୍ ଟ୍ବେଣ୍ଟି ସିକ୍ସ ଅଣ୍ଡର କଭର । ଅପରେସନ୍ ସକ୍ସେସ୍ । ଚୌ ରରୁ ଉତ୍ତର ଭାରତ ଅନେକ ଖୋଳତାଡ । ଖାକି ଉତ୍ତାରି ନେବାକୁ ପଡିଲା ଭକ୍ତର ବେଶ । ଆଉ ସେହି ଛଦ୍ମବେଶରେ ଛଦ୍ମବେଶି ଫେରାର୍ କଏଦିକୁ ମାଡିବସିଲା ସ୍ପେଶାଲ୍ ଟ୍ବେଣ୍ଟି ସିକ୍ସ ଅଣ୍ଡର କଭର ଅଫିସର ଟିମ୍ । ତେବେ ବେଶ୍ ରୋଚକ ଚୌଦ୍ବାର ଜେଲରୁ ଫେରାର ବିହାରୀ କଏଦୀ ମଧୁକାନ୍ତ କୁମାର ରଣାକୁ ପୁଣି କାବୁ କରିବାର ଅଭିଯାନ ଆଉ ତରିକା ।

ହାର୍ଡକୋର କ୍ରିମିନାଲ ମଧୁକାନ୍ତ କୁମାର ରଣ। ଘର ବିହାରରେ। ମାତ୍ର ଓଡିଶାରେ ସୁନା ଦୋକାନ ଲୁଟ୍ ଏବଂ ହତ୍ୟା ମାମଲାରେ ହୋଇଥିଲା ଗିରଫ। ମଧୁକାନ୍ତର କ୍ରାଇମ୍ ପାର୍ଟନର ରାଜା ସାହାନୀ । ଦୁଇ ହାର୍ଡକୋର କ୍ରିମିନାଲ ଗିରଫ ପରେ ରହୁଥିଲେ ଚୌଦ୍ବାର ଜେଲରେ। ତେବେ ୨୦୨୫ ଅକ୍ଟୋବର ୩ ତାରିଖରେ ଦୁହେଁ ଚୌଦ୍ବାର ଜେଲ୍ର ବିଶାଳ ଏବଂ ତାରବାଡ ଘେରା ପାଚେରୀକୁ ଢେଇଁ ମାରିଥିଲେ ଚମ୍ପଟ। ଯଦିଓ ଏହି ଜେଲ ଡେଇଁବା ଲାଗି ସେମାନେ ବେଶ୍ ଚତୁରତାର ସହ କରିଥିଲେ ପ୍ରସ୍ତୁତି । ବେଶ୍ କିଛି ଦିନର ଯୋଜନା କରି କମ୍ବଳ, ଲୁହା ରଡ ଏବଂ ରଶି ବ୍ୟବହାର କରି ପାଚେରୀ ଡେଇଁ ଜେଲ୍ରୁ ଖସିଥିଲେ । ସେମାନେ ପ୍ରଥମେ ଟ୍ରେନ ଯୋଗେ ପୁରୀ ଯାଇଥିଲେ। ସେଠାରେ ଗୋଟେ ଦିନ ରହିବାପରେ ପୁରୀରୁ ବିହାର ଅଭିମୁଖେ ବାହାରିଥିଲେ। ଗୟାରେ କିନ୍ତୁ ଉଭୟ ରାସ୍ତା ବଦଳାଇ ଅଲଗା ଅଲଗା ବାଟ ଧରିଥିଲେ । ମଧୁକାନ୍ତ କିଛି ଦିନ ଗୟାରେ ରହିଯାଇଥିବାବେଳେ ରାଜା ନେପାଳ ଚାଲିଯାଇଥିଲା। ନେପାଳ ଯାଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋରକୁ ପ୍ରାୟ ଯିବା ଆସିବା କରିଥାଏ ସେ ।

ମଧୁକାନ୍ତ ଗୟାରେ ସ୍ଥିର ହୋଇ ରହିନଥିଲା । ସେ ପୋଲିସ ଭୟରେ ବାରମ୍ବାର ଠିକଣା ବଦଳାଇ ୬ ଟି ରାଜ୍ୟ ବୁଲିଛି ଏହାଭିତରେ । ନାଗାଲ୍ୟାଣ୍ଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଦିଲ୍ଲୀ, କର୍ଣ୍ଣାଟକ ଆଦି ରାଜ୍ୟରେ ଲୁଚିବାପରେ ଶେଷରେ ମଥୁରାରେ ଆସି ରହିଥିଲା। ସେ ପ୍ରଥମେ ସେଠାରେ ଗୋଟିଏ ଆଶ୍ରମରେ କାମ କରିବା ପରେ ଏହି କିଛି ଦିନ ହେବ ଆଉ ଏକ ଆଶ୍ରମରେ ବିଭିନ୍ନ କାମ କରିବାକୁ ନିଯୁକ୍ତ ହୋଇଥିଲା। ତେବେ ପରିଚୟ ବଦଳାଇ ବାସୁ ପଣ୍ଡା ନାମରେ ଆଶ୍ରମରେ ରହୁଥିଲା ମଧୁକାନ୍ତ ।ଏପଟେ ଅକ୍ଟେବରଠୁ ରାଜା ଓ ମଧୁକାନ୍ତକୁ ଖୋଜୁଥିଲା ପୋଲିସ । ସାରା ଦେଶ ସହ ନେପାଲ ଯାଏ ଖବର ନେଇଥିଲା । ପାଇଯାଇଥିଲା ଗୋଟେ ଛୋଟ କ୍ଲୁ ।

ସେହି ଆଧାରରେ ପୋଲିସର ଜଣେ ଅଫିସର ଭକ୍ତ ସାଜି ପହ଼୍ଚିଥିଲେ ମଥୁରା ଆଶ୍ରମରେ। ସେଠାରେ ସେ ନିଜକୁ ଉତ୍ତର ଭାରତର ବାସିନ୍ଦା ବୋଲି ଦର୍ଶାଇବା ସହ ହିନ୍ଦୀରେ କଥାବାତ୍ତା କରିଥିଲେ । ନିଜ ପରିବାରର ଜଣେ ସଦସ୍ୟ ରୋଗରେ ପଡିଛନ୍ତି, ବାବାଙ୍କ ଆଶିର୍ବାଦ ପାଇଁ ଆସିଛନ୍ତି ବୋଲି କହିଥିଲେ। ସବୁଠାରୁ କୌତୁହଳର ବିଷୟ ହେଉଛି କ୍ରିମିନାଲ ମଧୁ ସେହି ଅଫିସରଙ୍କୁ ସ୍କୁଟରରେ ନେଇ ଆଶ୍ରମକୁ ଯାଇଥିଲା। ପୋଲିସ ଅଫିସର ଜଣକ ଭକ୍ତ ସାଜି ସେଠାରେ ସେବା କରିବା ସହ ମଧୁକାନ୍ତ ଉପରେ ନଜର ରଖିଥିଲେ। ପରେ ସ୍ଥାନୀୟ ପୋଲିସ ସହାୟତାରେ ତାକୁ କରିଥିଲା ଗିରଫ। ଏହି ଅଭିଯାନରେ କମିସନରେଟ ପୋଲିର ୨୬ ଜଣିଆ ଅଫିସର ଟିମ୍ ସାଜିଥିଲେ ଅଣ୍ଡରକଭର ଏଜେଣ୍ଟ। ସେମାନଙ୍କ ପାଇଁ ହିଁ ଆଜି ଅପରେସନ ହୋଇଛି ସଫଳ। ଏବେ ରାଜାକୁ ଧରିବାର ସମୟ ।