Smriti Mandhana Returns to Training, ଜୀବନର କଳା ଦିନ ବିତିଗଲା, ଏବେ ନେଟରେ ଜବରଦସ୍ତ ପ୍ରାକ୍ଟିସ୍ କରୁଛନ୍ତି ସ୍ମୃତି ମାନ୍ଧାନା: ସୋସିଆଲ୍ ମିଡିଆରେଭାଇରାଲ୍

NEWS7
neeraj-chopra-wins-gold-in-world-athletics-championships-pm-narendra-modi

ନୂଆଦିଲ୍ଲୀ: Smriti Mandhana Back to Nets ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କ ଜୀବନରେ ଯାହା ଘଟି ଯାଇଛି, ତାହା ସ୍ୱପ୍ନରେ ଭାବିବା ବି କଷ୍ଟକର ହୋଇପାରେ। ତଥାପି ଜୀବନର ପ୍ରବହମାନ ଧାରାରରେ ସବୁକିଛି ଭୁଲି ଆଗକୁ ବଢ଼ିବାକୁ ହୁଏ। ସ୍ମୃତି ମାନ୍ଧାନା ମଧ୍ୟ ଠିକ୍ ସେୟା କରିଛନ୍ତି। ସବୁକିଛି ଭୁଲି ସେ ପୁଣିଥରେ ଖେଳର ମୈଦାନକୁ ଓହ୍ଲାଇଛନ୍ତି। ଆରମ୍ଭ ହୋଇଛି ନେଟ୍ ପ୍ରାକ୍ଟିସ୍। ପ୍ରାକ୍ଟିସ ଜର୍ସି ପିନ୍ଧି ସ୍ମୃତି ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି। ସ୍ମୃତିଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ତାଙ୍କ ଭାଇ ଶ୍ରବଣ ମାନ୍ଧାନା।

ନଭେମ୍ବର ୨୩ ତାରିଖ ମହାରାଷ୍ଟ୍ରର ସାଙ୍ଗଲିରେ ସ୍ମୃତି ମାନ୍ଧାନାଙ୍କ ବାହାଘର ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ସହ ହେବାର ଥିଲା। ଏଥିପାଇଁ ସେ ସବୁ ପରମ୍ପରା ସରିଥିଲା। ପଲାସ କ୍ରିକେଟ ମୈଦାନରେ ସ୍ମୃତିଙ୍କୁ ଏନଗେଜମେଣ୍ଟ ରିଙ୍ଗ୍ ଦେଇ ପ୍ରପୋଜ୍ ବି କରିଥିଲେ। ବଳଦୀ ମେହନ୍ଦୀ ସରିଥିଲା। ଏସବୁ ପୂରା ଦେଶ ଦେଖୁଥିଲା ହେଲେ ହଠାତ୍ ବାହାଘର ପୂର୍ବଦିନ ସ୍ମୃତିଙ୍କ ବାପା ଶ୍ରୀନିବାସ ମାନ୍ଧାନଙ୍କରର ହୃଦଘାତ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଲେ।

ସଂଗେ ସଂଗେ ବାହାଘର ବନ୍ଦ କରିଦିଆ ଯାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲ। ଏହି ଦୁଃଖରେ ପଲାଶ ମୁଛଲ ମଧ୍ୟ ଅସୁସ୍ଥ ହୋଇପଡ଼ିଲେ ବୋଲି କୁହାଗଲା। ଏମିତି କିଛି ଦିନ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିବା ପରେ ଶେଷରେ ଉଭୟଙ୍କ ବାହାଘର ଭାଙ୍ଗିଯାଇଛି। ତେବେ ମିଡିଆରେ କିନ୍ତୁ କିଛି ଅଲଗା ଚର୍ଚ୍ଚା ହେଉଛି। ପଲାଶ ମୁଛଲଙ୍କର ତାଙ୍କ କୋରିଓଗ୍ରାଫରଙ୍କ ସହ ଗୁପ୍ତ ପ୍ରେମ ସମ୍ପର୍କ ଥିଲା ବୋଲି ବାହାଘର ଭାଙ୍ଗିଗଲା ବୋଲି ସୋସିଆଲ୍ ମିଡିଆରେ ଛର୍ଚ୍ଚା ହୋଇଥିଲା। ବିଭିନ୍ନ ମିଡିଆରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ବାହାଘର ଭାଙ୍ଗିବା ନେଇ ପ୍ରକୃତ କାରଣ ନେଇ ଉଭୟ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ଦିଆଯାଇ ନାହିଁ।

ଜୀବନର ଏସବୁ ଡାର୍କ ପିରିୟଡ(କଳା ଦିନ) ପାର୍ କରି ଶେଷରେ ପୁଣିତରେ କ୍ରିକେଟର ମନ ଦେଇଛନ୍ତି ସ୍ମୃତି ମାନ୍ଧାନା। ଗୋଡ଼ରେ ପ୍ୟାଡ୍ ପିନ୍ଧି ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ଭାଇ ଶ୍ରବଣ ମାନ୍ଧାନା ଇନଷ୍ଟାଗ୍ରାମରେ ଏହି ଷ୍ଟାର କ୍ରିକେଟରଙ୍କ ଆକ୍ସନ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ହାର୍ଟ ଇମୋଜି ମଧ୍ୟ ରହିଛି। ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ ହୋଇଯାଇଛି। ଜୀବନରେ ଏତେ ବଡ଼ ଝଡ଼ ବୋହିଯିବା ପରେ ବି ସ୍ମୃତି ପୁଣିଥରେ ପଡ଼ିଆକୁ ଫେରିଲେ ଏଥିପାଇଁ ଫ୍ୟାନ୍ ସ୍ମୃତିଙ୍କ ସାହସିକତା ଓ ଖେଳ ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି।

ନିକଟରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍ ୨୦୨୫ରେ ଭାରତର ବିଜୟରେ ମାନ୍ଧାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହେଲେ ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ସେ ଅଭ୍ୟାସ୍କୁ ଓହ୍ଲାଇଛନ୍ତି। ଡିସେମ୍ବର ୨୧ ରୁ ୩୦ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ ଭାରତ ମହିଳା ଟିମ୍। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତର ବିଶାଖାପାଟଣା ଏବଂ ଥିରୁବନନ୍ତପୁରମରେ ଖେଳାଯିବ। ଏହି ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତର ଏକ ପ୍ରସ୍ତୁତି ଭାବରେ କାର୍ଯ୍ୟ କରିବ। ସ୍ମୃତି ଜାନୁଆରୀ ୯ ତାରିଖରେ ନଭି ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଆଗାମୀ ମହିଳା ପ୍ରିମିୟର ଲିଗରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନେତୃତ୍ୱ ନେବେ। ତେଣୁ ଆଗକୁ ତାଙ୍କର ଗୁରୁ ଦାୟିତ୍ୱ ରହିଛି।

ସୂଚନା ଥାଉକି ବିବାହକୁ ନେଇ ବିବାଦ ପରେ ସ୍ମୃତି ସେହିଦିନ ପଲାଶଙ୍କ ସହିତ ବାହାଘରର ସମସ୍ତ ଫଟୋ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍‌ରୁ ଡିଲିଟ୍ କରିଦେଇଥିଲେ। ଏହାପରେ ଗତକାଲି(ଡିସେମ୍ବର ୭) ମାନ୍ଧାନା ପଲାଶଙ୍କ ସହ ତାଙ୍କ ବାହାଘର ଭାଙ୍ଗିଯାଇଥିବା ଘୋଷଣା କରିଥିଲେ। ସମାନ ଦିନରେ ପଲାଶ ମୁଛଲ ମଧ୍ୟ ଏସମ୍ପର୍କକୁ ଏଇଠି ଶେଷ କରି ଆଗକୁ ବଢୁଛି ବୋଲି ଲେଖିଥିଲେ। ତେବେ ଏହି ସମୟକୁ ତାଙ୍କ ଜୀବନର ସବୁଠାରୁ କଷ୍ଟକର ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ଥିଲା ବୋଲି କହିବା ସହିତ ଗୁଜବ ପ୍ରଚାର ପାଇଁ ମାନହାନୀ କରିବାକୁ ଚେତାବନୀ ବି ଦେଇଥିଲେ।