LIVE TV

ଭାରତ ସମାଧାନ କରିବା ଆବଶ୍ୟକ, ଟ୍ରମ୍ପଙ୍କ ସହ ତାଳମେଳ ରଖିବା ଜରୁରୀ: ଆମେରିକାର ଆଉ ଏକ ଧମକ

NEWS7
Howard Lutnick new threat for india

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ବାଣିଜ୍ୟ ଆଲୋଚନା ମଧ୍ୟରେ ଭାରତକୁ ପୁଣି ଏକ ନୂଆ ଧମକ ଦେଇଛି ଆମେରିକା। ଟ୍ରମ୍ପ ପ୍ରଶାସନ ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଏହି ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଆମେରିକାକୁ ସାମଗ୍ରୀ ବିକିବାକୁ ଚାହୁଁଛି ତେବେ ତାକୁ ସୁଧାର ଆଣିବାକୁ ପଡ଼ିବ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଳମେଳ ରଖିବାକୁ ପଡ଼ିବ। ଭାରତ ଏବଂ ବ୍ରାଜିଲକୁ ସମାଲୋଚନା କରି ସେ ଆହୁରି କହିଛନ୍ତି ଯେ ଏହି ଦେଶଗୁଡ଼ିକୁ ସେମାନଙ୍କର ବଜାର ଖୋଲିବା ପାଇଁ ଅଧିକ କିଛି କରିବାକୁ ପଡିବ ଏବଂ ଆମେରିକାର ସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟ ବନ୍ଦ କରିବାକୁ ପଡିବ।

ନ୍ୟୁଜ ନେସନକୁ ପ୍ରତିକ୍ରିୟା ଦେଇ ଲୁଟିନକି କହିଛନ୍ତି “ଆମକୁ ଅନେକ ଦେଶ ସହିତ ସମାଧାନ କରିବା ବାକି ରହିଛି। ଯେପରିକି ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ, ଭାରତ - ଏହି ଦେଶଗୁଡ଼ିକୁ ଆମେରିକା ପ୍ରତି ସଠିକ୍ ମନଭାବ ରଖିବା ଆବଶ୍ୟକ। ସେମାନଙ୍କର ବଜାର ଖୋଲନ୍ତୁ, ଆମେରିକାକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟ ବନ୍ଦ କରନ୍ତୁ। ସେଥିପାଇଁ ଆମେ ସେମାନଙ୍କ ପାଖରୁ ଦୂରେଇ ରହିଛୁ।”

ଭାରତ ବର୍ତ୍ତମାନ ସର୍ବାଧିକ ଆମେରିକା ଶୁଳ୍କ ସାମ୍ମାନ କରୁଛି। କିଛି ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୋଇଛି। ସମ୍ପ୍ରତି ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଯାହା ଭାରତୀୟ କମ୍ପାନୀଗୁଡ଼ିକୁ ଏକ ଅସୁବିଧାରେ ପକାଇଛି। ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ପ୍ରାୟ ୪୦ ପ୍ରତିଶତ ରାଜସ୍ୱ ଆମେରିକୀୟ ବଜାରରୁ ଆସେ। ଏହି ନୂଆ ଶୁଳ୍କ ଭାରତୀୟ ବ୍ୟବସାୟକୁ କ୍ଷତି ପହଞ୍ଚାଇବ।

ଭାରତରୁ ଆମଦାନୀ ଉପରେ ଆମେରିକା ବର୍ତ୍ତମାନ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ସେଥିରେ ୨୫ ପ୍ରତିଶତ ଜରିମାନା କେବଳ ଋଷ ଠାରୁ ତେଲ କିଣୁଥିବା ଯୋଗୁ ଦଣ୍ଡବିଧାନ କରି ଲଗାଯାଇଛି।

ଉଭୟ ଦେଶ ମଧ୍ୟରେ ଚାପ ରହିଥିବା ବେଳେ ଆମେରିକା-ଭରାତ ବାଣିଜ୍ୟ ଡିଲ୍ ନେଇ ଆଲୋଚନା ଆରମ୍ଭ କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ୱାଶିଂଟନ ଗସ୍ତ କରିଥିଲେ, ଏକ ସମ୍ଭାବ୍ୟ ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ଆମେରିକାର ବାଣିଜ୍ୟ ପ୍ରତିନିଧି ରାଷ୍ଟ୍ରଦୂତ ଜାମିସନ୍ ଗ୍ରୀଅର୍ ଏବଂ ଭାରତରେ ନିଯୁକ୍ତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଙ୍କୁ ଭେଟିଥିଲେ। ଏହି ଆଲୋଚନା ଫଳପ୍ରଦ ହୋଇଛି ବୋଲି ବାଣିଜ୍ୟ ମନ୍ତ୍ରୀ କହିଛି। ଏନେଇ ଆହୁରି ଆଲୋଚନା ଆଗକୁ ହେବ ବୋଲି ମନ୍ତ୍ରଣାଳୟ କହିଥିଲ।