ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାଂଲାଦେଶ ଆଉଟ୍, ସ୍କଟଲାଣ୍ଡକୁ ମିଳିଲା ସ୍ଥାନ

NEWS7
ncb-raid-drugs-seized-from-bollywood-film-maker-firoj-nadiadwala-resident

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଶନିବାର ସୂଚନା ଦେଇଛି। ଏ ସଂଦର୍ଭରେ ଚିଠି ଲେଖି ଆଇସିସି ବାଂଲାଦେଶକୁ ନିଜର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛି।

ବାଂଲାଦେଶ ବାହାରିବା ପରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ଵକପ୍ ୨୦୨୬ରେ ସ୍ଥାନ ମିଳିଛି। ସ୍କଟଲାଣ୍ଡକୁ ଗ୍ରୁପ ସିରେ ସାମିଲ୍ କରାଯାଇଛି। ଏହି ଗ୍ରୁପରେ ଇଂଲଣ୍ଡ, ଓ୍ଵେଷ୍ଟଇଣ୍ଡିଜ, ନେପାଲ ଓ ଇଟାଲୀ ପରି ଟିମ୍ ରହିଛି। ଉଲ୍ଲେଖନୀୟ ବାଂଲାଦେଶ ଓ ଆଇସିସି ମଧ୍ୟରେ ପ୍ରାୟ ତିନି ସପ୍ତାହ ଧରି ଟଣାଓଟରା ସ୍ଥିତି ଲାଗି ରହିଥିଲା। ଭାରତରୁ ନିଜର ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରିବା ଜିଦରେ ଅଟଳ ରହିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ। କିନ୍ତୁ ଆଇସିସି ସ୍ପଷ୍ଟ ଭାବେ ଜଣାଇ ଦେଇଥିଲା ଯେ, ଭାରତରୁ କୌଣସି ମ୍ୟାଚ୍ ସ୍ଥାନାନ୍ତର ହେବ ନାହିଁ। ବାଂଲାଦେଶକୁ ଭାରତରେ ହ ହିଁ ମ୍ୟାଚ୍ ଖେଳିବାକୁ ପଡ଼ିବ। ​​​​​​​​​​​​​​

ଶେଷରେ ଆଇସିସି ବୋର୍ଡର ବୈଠକରେ ୧୪-୨ ବହୁମତରେ ଭାରତରେ ବାଂଲାଦେସ ମ୍ୟାଚ୍ କରାଇବାକ ମଞ୍ଜୁରୀ ମିଳିଥିଲା। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତରେ ଟି-୨୦ ବିଶ୍ଵକପ୍ ନ ଖେଳିବାକୁ ଆଇସିସି ନିକଟରେ ଦାବି କରିଥିଲା। କିନ୍ତୁ ଭାରତରେ ସୁରକ୍ଷାକୁ ନେଇ ସେମିତି କୌଣସି ବିପଦ ନ ଥିବା କହିଥିଲା।

ଏହି ପୂରା ବିବାଦର କାରଣ  ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବା। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ଭାରତରେ ବିରୋଧର ସ୍ଵର ଉଠିଥିଲା। ଆଇପିଏଲରୁ ବାଂଲାଦେଶ ଖେଳାଳିଙ୍କୁ ବିଦା କରିବାକୁ ଦାବି ଜୋର ଧରିଥିଲା। ଶେଷରେ ଜନ ଭାବାବେଗକୁ ଦୃଷ୍ଟିରେ ରଖି ବିସିସିଆଇର ନିଷ୍ପତ୍ତିକ୍ରମେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିଥିଲ। ଏହା ପରେ ବାଂଲାଦେଶ ଭାରତରେ ଟି-୨୦ ବିଶ୍ଵକପ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଆଉ ବର୍ତ୍ତମାନ ନିଜ ଜିଦ କାରଣରୁ ବିଶ୍ଵକପରୁ ବିଦା ହୋଇଛି ବାଂଲାଦେଶ। ​​​​​​​