'ମେଗା ୧୫୭'ରେ ନୟନତାରାଙ୍କ ଏଣ୍ଟ୍ରି, ଚିରଞ୍ଜୀବୀଙ୍କ ସହ ଆସିବେ ନଜର

Published By : Prameya-News7 Bureau | May 18, 2025 IST

ମୁମ୍ଵାଇ ୧୮।୦୫; ସାଉଥ ସୁପର କ୍ବିନ୍ ନୟନତାରା ରୂପେଲି ପରଦାରେ ନଜରକୁ ଆସିବେ । ନୂତନ ପ୍ରୋଜେକ୍ଟ Mega157 ପାଇଁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ହାତ ମିଳାଇଛନ୍ତି । ସେ ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଚିରଞ୍ଜିବୀଙ୍କ ୧୫୭ତମ ଚଳଚ୍ଚିତ୍ରରେ ନଜର ଆସିବେ । ଗତ ଶନିବାର ତାମିଲ ସୁପରଷ୍ଟାରଙ୍କ ଏକ ଭିଡିଓ ମାଧ୍ୟମରେ ଏହି ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ଆଶା କରାଯାଉଛି।


ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୀଲ ରବିପୁଡି ତାଙ୍କ X (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ନୟନତାରାଙ୍କୁ ତାଙ୍କ ପ୍ରୋଜେକ୍ଟରେ ସ୍ୱାଗତ କରିଛନ୍ତି, 'ଆମର ମେଗା ୧୫୭ ଯାତ୍ରାରେ ସୁନ୍ଦର ରାଣୀ ନୟନତାରାଙ୍କୁ ସ୍ୱାଗତ । ସେ ପୁଣି ଥରେ ମେଗାଷ୍ଟାର ଚିରଞ୍ଜିବୀ ଗାରୁଙ୍କ ସହିତ ନଜର ଆସିବେ।' ଏହା ନୟନତାରାଙ୍କ ଚିରଞ୍ଜିବୀଙ୍କ ସହିତ ତୃତୀୟ ପ୍ରୋଜେକ୍ଟ । ଚିରଞ୍ଜିବୀ ମଧ୍ୟ ନିର୍ଦ୍ଦେଶକଙ୍କ ପୋଷ୍ଟକୁ ରିଟ୍ୱିଟ୍ କରି ଲେଖିଛନ୍ତି, 'ହ୍ୟାଟ୍ରିକ୍ ଫିଲ୍ମ ନୟନତାରାକୁ ସ୍ୱାଗତ।' ୨୦୨୬ ସଂକ୍ରାନ୍ତି ପାଇଁ ପ୍ରସ୍ତୁତ ହୁଅ ।'

ଏହି ଦିନ ପରଦାକୁ ଆସିବ ଫିଲ୍ମ

'ମେଗା ୧୫୭' ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା । ହେଲେ ନିର୍ମାତା ଫିଲ୍ମର ବିବରଣୀକୁ ଗୁପ୍ତ ରଖିଛନ୍ତି।  ଏହି ଫିଲ୍ମକୁ ୨୦୨୬ରେ ମକର ସଂକ୍ରାନ୍ତି ଅବସରରେ ରିଲିଜ୍ କରିବାର ଯୋଜନା କରାଯାଇଛି । ଚିରଞ୍ଜୀବୀଙ୍କ ସହ ଏହି ଫିଲ୍ମ ଜରିଆରେ ତୃତୀୟ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ ନୟନତାରା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.