ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି

Published By : Prameya-News7 Bureau | May 19, 2025 IST

ନୂଆଦିଲ୍ଲୀ ୧୯/୦୫: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗମ୍ଭୀର ରୋଗରେ ପୀଡିତ । ସେ ପ୍ରୋଷ୍ଟେଟ୍ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି । ଯାହା ଏବେ ହାଡ଼କୁ ବ୍ୟାପିଯାଇଛି । ରବିବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । 

୮୨ ବର୍ଷୀୟ ବାଇଡେନ ଶୁକ୍ରବାର ଦିନ ପରିସ୍ରା ପରୀକ୍ଷା କରିବା ପରେ ସମସ୍ୟା ବିଷୟରେ ଜାଣିବାକୁ ପାଇଲେ। ତାଙ୍କ ପରିବାର ଓ ଡାକ୍ତରମାନେ ବର୍ତ୍ତମାନ ସମ୍ଭାବ୍ୟ ଚିକିତ୍ସା ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛନ୍ତି। ଯଦିଓ ଏହା ରୋଗର ଅଧିକ ଆକ୍ରମଣାତ୍ମକ ରୂପ ନେଇଛି ତଥାପି ଏହା ହରମୋନ ସମ୍ୱନ୍ଧୀୟ । ଯାହା ଫଳରେ ଚିକିତ୍ସା ଦ୍ୱାରା ରୋଗ ଭଲ ହୋଇପାରେ ବୋଲି ଜଣାପଡିଛି । 

ବାଇଡେନଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ କୁହାଯାଇଛି। ବିଶେଷଜ୍ଞଙ୍କ ମତରେ, ହରମୋନ ଥେରାପି, କେମୋଥେରାପି ସହ ହାଡ଼ ଲକ୍ଷ୍ୟଭେଦ ଚିକିତ୍ସା ପ୍ରଭାବଶାଳୀ ମାତ୍ ଦିଆଯାଇପାରେ । ଜୋ ବାଇଡେନ ପରିସ୍ରା ସମସ୍ୟାରେ ପୀଡିତ ହେବା ପରେ ସପ୍ତାହର ଆରମ୍ଭରେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । 

ନିୟମିତ ଡାକ୍ତରୀ ଯାଞ୍ଚ ସମୟରେ, ତାଙ୍କ ପ୍ରୋଷ୍ଟେଟରେ ଏକ ଛୋଟ ଗଣ୍ଠି ଚିହ୍ନଟ ହୋଇଥିଲା, ଯାହା ପରେ ଅଧିକ ତଦନ୍ତ କରାଯାଇଥିଲା । ଶୁକ୍ରବାର ଦିନ, ଡାକ୍ତରମାନେ ନିଶ୍ଚିତ କରିଥିଲେ ଯେ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କର୍କଟ । କର୍କଟ କୋଷଗୁଡ଼ିକ ଏବେ ତାଙ୍କ ହାଡ଼କୁ ବ୍ୟାପି ସାରିଛି। 

ସାରା ବିଶ୍ୱରୁ ତାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଉଛି । ଜୋ ବାଇଡେନଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କମଲା ହାରିସ୍ । ସେ କହିଛନ୍ତି ସେ ଫାଇଟର ହାରିବା ଜାଣନ୍ତିନି ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ପୋଷ୍ଟ କରି ଡୋନାଲ୍ଡ କହିଛନ୍ତି ଯେ, ‘‘ମୁଁ ଏବଂ ମେଲାନିଆ ଜୋ ବାଇଡେନ କ୍ୟାନସରରେ ପୀଡିତ ଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଜିଲ୍ ଏବଂ ତାଙ୍କ ପରିବାରକୁ ଆମେ ଶାନ୍ତ୍ୱନା ଜଣାଉଛୁଏବଂ ଜୋଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।’’

ସେହିପରି ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି କମଳା ହାରିସ୍ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘‘ଡଗ୍ ଏବଂ ମୁଁ ଜୋ ବାଇଡେନଙ୍କ ଶରୀରରେ କ୍ୟାନସର ଚିହ୍ନଟ ହେବା ଖବର ଶୁଣି ଦୁଃଖିତ । ବାଇଡେନ ଏବଂ ତାଙ୍କ ପରିବାର ଆମ ହୃଦୟରେ ଅଛନ୍ତି । ମୁଁ ଜାଣିଛି ସେ ବହୁତ ସାହସିକତା ଏବଂ ଚ୍ୟାଲେଞ୍ଜର ସହିତ ଏହି ରୋଗକୁ ସାମନା କରିବେ । ତାଙ୍କର ଶୀଘ୍ର ଆରୋଗ୍ୟ ଲାଭକୁ ଆମେ ଆଶା କରୁଛୁ ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.