ଫିଲପାଇନ୍ସରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୦

NEWS7
naxal-poster-found-in-kandhamal-simanbadi-area

ମିଣ୍ଡାନାଓ ୨୮।୧: ଫିଲପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ବୁଧବାର ମଧ୍ୟାହ୍ନ ପରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୦ ମପା ଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ (ଜିଏଫଜେଡ) ଅନୁସାରେ ଏହି ଭୂମିକମ୍ପର ସବୁଠୁ ଚିନ୍ତାଜନକ କଥା ହେଉଛି ଏହାର ଉତ୍ପତି ସ୍ଥଳ, ଯାହା ଭୂ-ପୃଷ୍ଠରୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ସାଧାରଣତଃ କମ ଗଭୀରତାରେ ସୃଷ୍ଟି ହୋଇଥିବା କମ୍ପନ ଅତ୍ୟଧିକ କ୍ଷତିକାରକ ହୋଇଥାଏ। ତେବେ ଭୂମିକମ୍ପ ପରେ ପରେ ସ୍ଥାନୀୟ ପ୍ରଶାସନ ଓ ରିଲିଫ ଏଜେନ୍ସୀ ସକ୍ରିୟ ହୋଇଯାଇଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ କାହାର ମୃତ୍ୟୁ ଅଥବା ସେପରି ବଡ଼ ଧରଣର କ୍ଷୟକ୍ଷତି ସୂଚନା ମିଳି ନାହିଁ। ପ୍ରଶାସନ ଏବେ ପ୍ରଭାବିତ ଅଞ୍ଚଳରେ ସର୍ଭେକ୍ଷଣ ଚଳାଇଛି,ଯାହା ଦ୍ୱାରା ସ୍ଥିତିର ସଠିକ ଆକଳନ କରାଯାଇ ପାରିବ। ତେବେ ଫିଲପାଇନ୍ସରେ ଭୂମିକମ୍ପ କିଛି ନୂଆ କଥା ନୁହେଁ। ଏଠାରେ ବାରମ୍ବାର ଭୂମିକମ୍ପ ଆସେ। ଏଥି ପାଇଁ ଏହାର ଭୌଗଳିକ କାରଣ ଅନେକାଂଶରେ ଦାୟି। ଏହି ଦେଶଟି ପ୍ରଶାନ୍ତ ମହାସାଗରର ପ୍ରସିଦ୍ଧ ରିଂ ଅଫ ଫାୟାର ମଧ୍ୟରେ ଅବସ୍ଥିତ।

ଫିଲପାଇନ୍ସ ଇତିହାସରେ ଭୂମିକମ୍ପ ଦ୍ୱାରା ବାରମ୍ବାର ପ୍ରଭାବିତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ଏହି ଶୃଙ୍ଖଳା ଦେଶ ପାଇଁ ସର୍ବଦା ଚ୍ୟାଲେଞ୍ଜ ରହି ଆସିଛି। ଅକ୍ଟୋବର ୨୦୧୩ରେ ଏଠାରେ ହୋଇଥିବା ଭୀଷଣ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିବା ବେଳେ ଭୀଷଣ କ୍ଷୟକ୍ଷତି ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଥିଲେ।