LIVE TV
LIVE TV

ଶାନ୍ତି ନଗର ନାବାଳିକା ମୃତଦେହ ଉଦ୍ଧାର ଘଟଣାରେ ଟ୍ୱିଷ୍ଟ, ପରିବାର ଆଣିଲେ ସଂଗୀନ ଅଭିଯୋଗ

NEWS7
naxal-attack-sukma-17-security-personal-martyr

ସମ୍ବଲପୁର ୦୪/୧୨: ସମ୍ୱଲପୁର ଅଇଁଠାପାଲି ଥାନା ଶାନ୍ତି ନଗରରେ ନାବାଳିକା ମୃତଦେହ ଉଦ୍ଧାର ଘଟଣାରେ ନୂଆ ଟ୍ୱିଷ୍ଟ । ଡ୍ରେନରୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମୁନି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣା କହୁଥିବାବେଳେ ସମ୍ପର୍କୀୟ କିନ୍ତୁ ଏହାକୁ ହତ୍ୟା ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଘରୁ ବାହାରି ଏକ ସ୍କୁଟିରେ ଯାଉଥିବାବେଳେ ଡ୍ରେନରେ ପଡି କେମିତି ମୃତ୍ୟୁ ହେବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମୁଣ୍ଡରେ ଓ ମୁହଁରେ ଗଭୀର ଆଘାତ କେମିତି ଲାଗିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ୨୦୧୪ରେ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ଓ ୩ ବର୍ଷ ପରେ ମାଁଙ୍କ ଆତ୍ମହତ୍ୟା ପରେ ଜେଜେ ବାପା ଓ ଜେଜେ ମାଁ ସାଙ୍ଗରେ ରହୁଥିଲେ ନାବାଳିକା । ଏପରିକି ତାଙ୍କ ମାଁଙ୍କୁ ହତ୍ୟା କରି ସେତେବେଳେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏବେ ନାବାଳିକା ଜଣକ ସକାଳ ପ୍ରାୟ ୫ଟାରେ ନିଜ ସ୍କୁଟି ଧରି କେଉଁଆଡେ ଯିବା ପାଈଁ ବାହାରିଥିଲେ । ତେବେ ଘରୁ ବାହାରିବା ସମୟରେ ଘର ସମ୍ମୁଖରେ ଥିବା ଡ୍ରେନ ରେ ଗାଡି ସହ ଗଳି ପଡ଼ିଥିଲେ । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।