LIVE TV

ନବରାତ୍ରରେ କେଉଁ ଦିନ ପିନ୍ଧିବେ କେଉଁ ରଙ୍ଗର ପୋଷାକ, କେଉଁ ଦିନ ଲଗାଇବେ କେଉଁ ଭୋଗ ?

NEWS7
navratri

 

ଭୁବନେଶ୍ୱର ୨୩।୦୯ : ନବରାତ୍ରି ଆରମ୍ଭ ହୋଇଛି। ନଅ ଦିନରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ରୂପ ପୂଜା ପାଇଥାନ୍ତି।ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ନବରାତ୍ରିର ୯ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏହି ୯ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ମା' ଦୁର୍ଗାଙ୍କ ପୂଜା କଲେ ଭକ୍ତଙ୍କ ସବୁ ଇଚ୍ଛା ପୂରା ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ନବରାତ୍ରି ସମୟରେ କେବଳ ପୂଜା ନୁହେଁ ପୋଷାକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ। ନବରାତ୍ରିର ନଅ ଦିନରେ, ବିଭିନ୍ନ ରଙ୍ଗର ପୋଷାକ ପିନ୍ଧାଯାଏ। ପ୍ରତ୍ୟେକ ଦିନର ନିଜସ୍ୱ ରଙ୍ଗ ଥାଏ ଓ ମହତ୍ତ୍ୱ ଥଆଏ। ଆସନ୍ତୁ ଜଣିବା କେଉଁ ରଙ୍ଗର ପୋଷାକ କେଉଁଦିନ ପିନ୍ଧିବା ଭଲ।

ଶୈଳପୁତ୍ରୀ- ନବରାତ୍ରିର ପ୍ରଥମ ଦିନରେ, ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମା ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ କମଳା।

ବ୍ରହ୍ମଚାରିଣୀ- ନବରାତ୍ରିର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଏ। ଏହି ଦିନ ଧଳା ପୋଷାକ ପିନ୍ଧିବା ଶୁଭ ବୋଲି କୁହାଯାଏ।

ଚନ୍ଦ୍ରଘଣ୍ଟା- ଏହି ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କର। ଲାଲ ରଙ୍ଗ ମାତାଙ୍କ ଅତ୍ୟନ୍ତ ପ୍ରିୟ। ଆପଣ ଏହି ଦିନ ଲାଲ ପୋଷାକ ପିନ୍ଧି ପାରିବେ।

​​​​​​କୁଷ୍ମାଣ୍ଡା- ନବରାତ୍ରିର ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। ଏହି ଦିନ ଗାଢ଼ ନୀଳ ରଙ୍ଗ ପିନ୍ଧାଯାଏ।

​​​​​​​ସ୍କନ୍ଦମାତା- ନବରାତ୍ରିର ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କ ପୂଜା କରାଯାଏ। ଏହି ଦିନ ହଳଦିଆ ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।

କାତ୍ୟାୟନୀ- ନବରାତ୍ରିର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ। ଏହି ଦିନ ସବୁଜ ପୋଷାକ ପିନ୍ଧିପାରିବେ।

କାଳରାତ୍ରି- ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରିଙ୍କ ପୂଜା କରାଯାଏ। ମାକାଳରାତ୍ରିଙ୍କ ପ୍ରିୟ ରଙ୍ଗ ହେଉଛି ଧୂସର।

ମହାଗୌରୀ- ନବରାତ୍ରିର ଅଷ୍ଟମ ଦିନରେ ମାମହାଗୌରୀଙ୍କୁ ପୂଜା କରାଯାଏ। ଏହି ଦିନ ବାଇଗଣୀ ପୋଷାକ ପିନ୍ଧିପାରିବେ।

ସିଦ୍ଧିଦାତ୍ରୀ- ନବରାତ୍ରିର ନବମ ଏବଂ ଶେଷ ଦିନରେ ମାସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମାସିଦ୍ଧିଦାତ୍ରୀ ଗାଢ଼ ସବୁଜ ରଙ୍ଗକୁ ଭଲ ପାଆନ୍ତି। ସବୁଜକୁ ଶୁଭ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ।

 

କେଉଁଦିନ କେଉଁ ଭୋଗ ଚଢ଼ାଇବେ

ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଖିରି ଅର୍ପଣ କରିବାର ପରମ୍ପରା ଅଛି।

ନବରାତ୍ରିର ଦ୍ୱିତୀୟ ଦିନରେ ଚିନି କିମ୍ବା ମିଠା ଅର୍ପଣ କରିବାର ପରମ୍ପରା ଅଛି।

ନବରାତ୍ରିର ତୃତୀୟ ଦିନରେ ମାଙ୍କୁ କ୍ଷୀରରେ ତିଆରି ଜିନିଷ ଅର୍ପଣ କରାଯାଏ।

ନବରାତ୍ରିର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରିପାରିବେ।

ନବରାତ୍ରିର ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କୁ କଦଳୀ ଅର୍ପଣ କରାଯାଇପାରିବ।

ନବରାତ୍ରିର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କୁ ମହୁରୁ ତିଆରି ଭୋଗ ଅର୍ପଣ କରିପାରିବେ।

ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରୀ ଗୁଡ଼ରେ ତିଆରି ହାଲୱା ଅର୍ପଣ କରିପାରିବେ

ଅଷ୍ଟମ ଦିନରେ ମହାଗୌରୀ ନଡ଼ିଆରୁ ପ୍ରସ୍ତୁତ ଭୋଗ ପ୍ରଦାନ କରିପାରିବେ ।

ନବରାତ୍ରୀର ନବମ ଦିନରେ ମା' ସିଦ୍ଧଧତ୍ରୀଙ୍କୁ ହାଲୱା-ପୁରୀ ଏବଂ ଚଣା ଅର୍ପଣ କରାଯାଏ ।