ଭୁବନେଶ୍ୱର ୨୨।୦୯ :  ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧୀ ଦଳନେତାଙ୍କ ଶ୍ରଦ୍ଧାଞ୍ଜଳି। ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ାରେ ଆୟୋଜିତ ଶୋକସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇନ୍ତି । ଭିଡିଓ କନ୍‌ଫରେନ୍ସି ଜରିଆରେ ଯୋଗ ଦେଇଥିଲେ ନବୀନ ପଟ୍ଟନାୟକ ।

ଏହି ଅବସରରେ ସେ କହିଥିଲେ, ନୂଆପଡ଼ାର ବିକାଶ କ୍ଷେତ୍ରରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସବୁଦିନ ମନେ ରହିବେ । ତାଙ୍କର ଶାନ୍ତ, ସରଳ, ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେଢୋଲକିଆ ବାବୁଙ୍କ ଅଧୁରା କାମକୁ ପୂରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଜଣେ ଦୃଢ ନେତା ଥିଲେଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ ସେ ବହୁବାର ବିଧାୟକ ମନ୍ତ୍ରୀ ହୋଇଥିଲେ କିନ୍ତୁ ତୃଣମୂଳ ସ୍ତରରେ ସବୁବେଳେ ଲୋକଙ୍କ ସହିତ ଜଡ଼ିତ ହୋଇ ରହୁଥିଲେ। ନୂଆପଡ଼ା ବିକାଶରେ ଢୋଲକିଆଙ୍କ ଢେର ଅବଦାନ ରହିଛି । ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ଓ୍ୱେ, ପିଇବା ପାଣି ଓ ଜଳସେଚନର କ୍ଷେତ୍ରରେ ଅଶେଷ ଅବଦନା ରହିଛି ।    

ସେ ଆହୁରି କହିଥିଲେ, ସେହିପରି ଜନଜାତି ଭାଇ ଭଉଣୀଙ୍କ କଲ୍ୟାଣ ସହ ନୂଆପଡାରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ ସମାଜସେବା କ୍ଷେତ୍ରରେ ଢୋଲକିଆ ବାବୁଙ୍କ ବିଶେଷ ପରିଚୟ ରହିଛି । ରାଜେନ୍ଦ୍ର ବାବୁ ଆଜି ଆମ ଭିତରେ ନାହାନ୍ତି କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ସବୁବେଳେ ସ୍ମରଣୀୟ ହୋଇ ରହିବ । ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି