ଭୁବନେଶ୍ୱର ୦୩।୧୧ : ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍‌ ।  କହିଲେ ୧୬ ମାସର ସରକାରରେ କାମ ଜିରୋ, ବିକାଶ ପୁରା ବନ୍ଦ । ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଏବେ ବିରୋଧୀ ଅନ୍ୟ ଦଳର ପ୍ରାର୍ଥୀ ନେଇ ନିର୍ବାଚନ ଲଢୁଛନ୍ତି । ସମସ୍ତ କ୍ଷୋଭର ଜବାବ ମିଳିବ । ନଭେମ୍ବର ୧୧କୁ ଅପେକ୍ଷା କରନ୍ତୁ । କ୍ଷୋଭର ମିଳିବ ଜବାବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜେନ୍ଦ୍ର ଢୋଲକିଆ ଆମ ଭିତରେ ନାହାନ୍ତି ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ ନୂଆପଡ଼ା କଥା ଆସିଲେ ବିଜୁବାବୁଙ୍କ କଥାକୁ ମନକୁ ଆସେ ସେ ହିଁ ନୂଆପଡ଼ା ଜିଲ୍ଲା ଗଠନ କରିଥିଲେ ବିଜେଡି ସରକାର ସମୟରେ ରାଜୁ ବାବୁ ଯାହା ମାଗିଥିଲେ ସବୁ ଦେଇଥିଲି ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ହୋଇଥିଲା ଚେକ ଡେମ ହୋଇଥିଲା ସୁନାଦେଇ ମନ୍ଦିର ଉନ୍ନତି ହୋଇଥିଲା ଆଦିବାସୀ ଭାଇ ଓ ଭଉଣିଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଲା ମିଶନ ଶକ୍ତି ମହିଳାଙ୍କୁ ଲୋନ ମିଳିଲା ନୂଆପଡ଼ାରେ ଆପଣଙ୍କ ସହ ଓ ମୋ ସହ ବେଇମାନି ହୋଇଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି ଯାହାକୁ ଆପଣ ୧୧ ତାରିଖରେ ଭୋଟ ଦେଇ ଜବାବ ଦେବେ ଏହାର ପ୍ରତିଶୋଧ ନେବେ ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ଏହି ସରକାର କାମରେ ଜିରୋ ଆପଣଙ୍କୁ 300 ୟୁନିଟ ମାଗଣା ବିଜୁଳି ମିଳୁଛି କି ସବୁ ବୁଢା ବୁଢ଼ୀକୁ ୩୫୦୦ ଟଙ୍କା ମିଳୁଛି କି ଚାଷୀଙ୍କୁ ସାର ମିଳୁଛି କି କଟନୀ ଛଟନୀ ବନ୍ଦ ହୋଇଛି କି ଆପଣଙ୍କ ଗାଁରୁ କେତେ ଯୁବକ ଚାକିରୀ କରୁଛନ୍ତି ଆପଣ କୁହନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ନା ଆୟୁଷ୍ମାନ କାର୍ଡ ଭଲ ଥିଲା ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏ ସରକାର ହେଉଛି ନେମ ଚେଞ୍ଜର ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଲଢ଼େଇ କରିଛନ୍ତି ମୋର ଅନୁରୋଧ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ନବୀନ

​​​​​​​