LIVE TV

ମହିଳାଙ୍କ ପାଇଁ ପାକିସ୍ତାନରେ ଅନଲାଇନ ‘ଜିହାଦି କୋର୍ସ’ ଆରମ୍ଭ କଲା ଜୈଶ ଏ ଅହମ୍ମଦ, ଫି ୫୦୦ ଟଙ୍କା

NEWS7
naveen-patnaik-jharsuguda-visit-today-naba-das-to-join-bjd-today

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ମହିଳାଙ୍କ ନିଯୁକ୍ତି ପାଇଁ ଆରମ୍ଭ କଲା ଅନଲାଇନ ଜିହାଦୀ କୋର୍ସ। ଏହି କୋର୍ସର ନାଁ ‘ତୁଫାତ ଅଲ ମୁମିନାତ’ ରଖାଯାଇଛି। ଏହାର ନେତୃତ୍ଵ ନେଇଛନ୍ତି ଆତଙ୍କବାଦୀ ମସୁଦ ଆଝାରର ଭଉଣୀ ଓ ଉମର ଫାରୁକର ପତ୍ନୀ। ଜୈଶ ଏହି କୋର୍ସ ପାଇଁ ରଖିଛି ୫୦୦ ଟଙ୍କାର ଫି। କିଛି ସମୟ ପୂର୍ବରୁ ରିପୋର୍ଟ ଆସିଥିଲା ଯେ, ମିଳିତ ଜାତିସଂଘ ଦ୍ଵାରା ଘୋଷିତ ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଏକ ମହିଳା ବ୍ରିଗେଡ୍ ପ୍ରସ୍ତୁତ କରୁଛି। ଏହି ମହିଳା ଗୋଷ୍ଠୀର ନାଁ ଜମାତ ଉଲ ମୁମିନାତ ରଖାଯାଇଛି।

ବିବରଣୀରୁ ଜଣା ପଡ଼ିଛି ଯେ, ଆତଙ୍କୀ ଗୋଷ୍ଠୀ ଧନ ସଂଗ୍ରହ କରିବା ଓ ନିଜର ମହିଳା ବ୍ରିଗେଡରେ ଅଧିକରୁ ଅଧିକ ମହିଳାଙ୍କ ଭର୍ତ୍ତି ପାଇଁ ଏକ ଅନଲାଇନ ପ୍ରଶିକ୍ଷଣ ଆରମ୍ଭ କରିଛି। ସଂଗଠନକୁ ମଜବୁତ କରିବା ଏବଂ ମହିଳା ବ୍ରିଗେଡରେ ଅଧିକ ମହିଳାଙ୍କ ଭର୍ତ୍ତି ପାଇଁ ଏହି କୋର୍ସ ଆରମ୍ଭ କରାଯାଇଛି। ଏହି ଅନଲାଇନ ପାଠ୍ୟକ୍ରମରେ ସାମିଲ ମହିଳାଙ୍କୁ ଜିହାଦ, ଧର୍ମ ଓ ଇସଲାମ ଦୃଷ୍ଟିକୋଣ ସହ ଅବଗତ କରାଯିବ।

ସୂଚନାଯୋଗ୍ୟ, ମସୁଦ ଆଝାର ଅକ୍ଟୋବର ୮ଟାରେ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡ ଜମାତ ଏ ଉଲ ମୁମିନାତର ଗଠନ ନେଇ ଘୋଷଣା କରିଥିଲା। ଅକ୍ଟୋବର ୧୯ରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ରାଓ୍ଵଲକୋଟରେ ମହିଳାଙ୍କୁ ସାମିଲ୍ କରିବା ପାଇଁ ‘ଦୁଖତରାନ ଏ ଇସଲାମ’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

ପାକିସ୍ତାନରେ ମହିଳାଙ୍କ ଏକାକୀ ବାହାରକୁ ପସନ୍ଦ କରି ନ ଥାନ୍ତି ଚରମପନ୍ଥୀ ଗୋଷ୍ଠୀ। ଏଥିପାଇଁ ଜୈଶ ଏ ମହମ୍ମଦ ଏବେ ମହିଳାଙ୍କ ଭର୍ତ୍ତି ପାଇଁ ଅନଲାଇନ ପ୍ଲାଟଫର୍ମର ବ୍ୟବହାର କରିଛି। ଯଦ୍ଵାରା ଆଇସଆଇଏସ, ହମାସ ଓ ଲିଟ୍ଟେ ଆଧାରରେ ପୁରୁଷ ଆତଙ୍କବାଦୀଙ୍କ ସହ ମହିଳା ଆତଙ୍କୀ ବ୍ରିଗେଡ ପ୍ରସ୍ତୁତ କରାଯାଇ ପାରିବ। ସମ୍ଭାବିତ ଭାବେ ଏହି ମହିଳା ବ୍ରିଗେଡକୁ ଆତ୍ମଘାତୀ/ସିରିଏଲ ବ୍ଲାଷ୍ଟ ହମଲା ପାଇଁ ବ୍ୟବହାର କରାଯାଇପାରେ।