ବିଜେପିର ମିଛକୁ ପଦାକୁ ଆଣ, କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ ନବୀନ

Published By : Prameya-News7 Bureau | September 04, 2024 IST

ଭୁବନେଶ୍ଵର: ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମିଳନୀ ଶେଷ I  ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ଜିଲ୍ଲା, ବ୍ଲକ ଓ ପଦ ପଦବୀରେ ଥିବା  ମହିଳା କାର୍ଯ୍ୟକର୍ତ୍ତା। ସମ୍ମିଳନୀରେ  ୬ ଟି ପ୍ରସ୍ତାବ ପାରିତ ହୋଇଛି I  ୪ ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଗୋଟିଏ ସାଙ୍ଗଠନିକ ପ୍ରସ୍ତାବ ଏବଂ ଗୋଟିଏ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି I  ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ଏକକାଳୀନ ୫୦ ହଜାର ନଦେଲେ ଆନ୍ଦୋଳନ କରିବ ଏବଂ ଦଳ ଗାଁରୁ ସହର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପିର ମିଛକୁ ପଦାକୁ ଆଣିବାକୁ ଆହ୍ଵାନ ଦେଇଛନ୍ତି  ସୁପ୍ରିମୋ ନବୀନ ପଟ୍ଟନାୟକ।

ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ବିଜେପି ମହିଳା ସରକାରକୁ ଆସିବା ପୂର୍ବରୁ ପ୍ରତି ମହିଳାମାନଙ୍କୁ  ୫୦ ହଜାର ଦେବେ କହିଥିଲେ I ୨ ବର୍ଷକୁ ଥରେ ୫୦ ହଜାର ଦେବେ କହିଥିଲେ I   ଏବେ  ୫ ବର୍ଷରେ ୫୦ ହଜାର ଦେବେ I ୬୦ରୁ ଉର୍ଦ୍ଧ୍ଵ ବୟସର ମହିଳାଙ୍କୁ ଦେଉ ନାହାନ୍ତି କି ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଯୁବତୀଙ୍କୁ ଦେଉ ନାହାନ୍ତି I ଏମିତି ଗାଇଡ଼ଲାଇନ କଲେ ଯେ ସବୁ ମହିଳା ପାଇବେ ନାହିଁI ବିଜୁ ଜନତା ଦଳର ଦାବି   ଏକ କାଳୀନ ୫୦ ହାଜର, ସବୁ ମହିଳାଙ୍କୁ ୫୦ ହାଜର, ୧୮ରୁ ବର୍ଷ ଆରମ୍ଭ କରି ସବୁ ମହିଳାଙ୍କୁ ଦେବାକୁ ଦାବି କରାଯାଇଛି। ଯଦି ନଦେବ ଗାଁରୁ ସହର ସବୁଠି ଆନ୍ଦୋଳନ ହେବ ଜନ ଆନ୍ଦୋଳନ ହେବ।


ସେ କହିଛନ୍ତି, ଲକ୍ଷ୍ମୀ ବସ ଯୋଜନା  ଏବଂ ବନ୍ଦ ହୋଇଥିବା ମୁକ୍ତା ଯୋଜନାକୁ ଚାଲୁ କରାଯାଉ I ମିଶନ ଶକ୍ତି କାମକୁ ସଙ୍କୋଚିତ କରାଯାଇଛି I  ତାକୁ ଗତିଶୀଳ କରିବା ପାଇଁ ଦାବି ହୋଇଛି I  ନ ହେଲେ ସବୁ ସ୍ତରରେ ଆନ୍ଦୋଳନ ହେବ I  ସଂଗଠନକୁ ଆହୁରି ଦୃଢ କରାଯିବ I  ପ୍ରତି ପରିବାରକୁ ଯାଇ ବୁଝାଇବେ। ଆମ ଦଳର ମହିଳା ଘର ଘରକୁ ଯାଇ ବିଜେପି ସରକାର ବିରୁଦ୍ଧରେ ବିଶ୍ୱାସ ଘାତକତା ବୁଝାଇବେ। ବିଜେଡି ସର୍ବଦା ମହିଳା ଏବଂ ରାଜ୍ୟବାସୀଙ୍କ ସହ ରହିଛି ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.