ଫେବ୍ରୁଆରୀ ୧୭ରେ ଶପଥ ନେବେ ତାରିକ ରେହମାନ, ଭାରତ-ପାକିସ୍ତାନ ସମେତ ୧୩ ଦେଶକୁ ନିମନ୍ତ୍ରଣ

NEWS7
nature-wreaked-havoc-on-india-many-times-more-this-year

ଢାକା, ୧୫/୦୨ : ବାଂଲାଦେଶରେ ବଦଳିଛି ରାଜନୈତିକ ସମୀକରଣ । ବିଏନପି ନେତା ତାରିକ ରେହମାନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ସେ ଆସନ୍ତା ଫେବ୍ରୁଆରୀ ୧୭ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଏହି ଦିନ ସନ୍ଧ୍ୟା ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।

ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ୧୩ ଦେଶର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହାଦ୍ୱାରା ବାଂଲାଦେଶ ନିଜର ବୈଦେଶିକ ନୀତି ସଜାଡି ପାରିବ । ଏହାସହ ପଡୋଶୀଙ୍କ ସହ ଉପୁଜୁଥିବା ସମସ୍ୟାର ସମାଧାନରେ ବଡ ପଦକ୍ଷେପ ହେବ ।

ନିମନ୍ତ୍ରଣ ପ୍ରଦାନ କରାଯାଇଥିବା ଦେଶମାନଙ୍କ ମଧ୍ୟରେ ଭାରତ, ଚାଇନା, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ମାଲଦୀପ ଏବଂ ଭୁଟାଲ ସାମିଲ ଅଛନ୍ତି । ଦକ୍ଷିଣ ଏସିଆରୁ ନେଇ ପଶ୍ଚିମ ଏସିଆର ଦେଶମାନଙ୍କୁ ଶପଥ ସମାରୋହରେ ଦେଖିବାକୁ ମିଳିବ । ଯାହା କୁଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

ଢାକାରେ ହେବାକୁ ଥିବା ଏହି ସମାରୋହ କେବଳ ଔପଚାରିକ କାର୍ଯ୍ୟକ୍ରମ ନୁହେଁ । ଏହା ଅନ୍ତରାଷ୍ଟ୍ରୀୟ ସନ୍ଦେଶ ମଧ୍ୟ । ଖାସ୍ କରି ଭାରତ ଏବଂ ଚୀନ ସହ କିପରି ବାଂଲାଦେଶର ସମ୍ପର୍କ ରହୁଛି ତାହା ଶପଥ ସମାରୋହରେ ଜଣାପଡିଯିବ ।