LIVE TV

ଶିବସେନା (UBT) ନେତା ସଞ୍ଜୟ ରାଉତ ପୁଣି ଅସୁସ୍ଥ, ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି

NEWS7
national-seminar-on-diabetes-in-cuttack

ମୁମ୍ବାଇ ୫।୧୧: ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବୁଧବାର  ମଧ୍ୟାହ୍ନରେ ପୁଣି ଅସୁସ୍ଥ ହୋଇପଡିଛନ୍ତି। ଏଣୁ ତାଙ୍କୁ ମୁମ୍ବାଇ ଭାଣ୍ଡୁପସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛିଦିନ ପୂର୍ବରୁ ସେ ରାଜନୀତିରୁ ବ୍ରେକ୍ ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ରାଜନୀତିରୁ ଦୂରରେ ରହିବେ ବୋଲି କହିଥିଲେ। ସେ ନିଜେ ଗତ ଅକ୍ଟୋବର ୩୧ ତାରିଖରେ ଟ୍ୱିଟ୍ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଓ ସମର୍ଥକଙ୍କୁ ଧୈର୍ଯ୍ୟ ଧରିବାକୁ ନିବେଦନ କରିଥିଲେ।

ଡାକ୍ତର ରାଉତଙ୍କୁ ବାହାରକୁ ଯିବାକୁ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ଲେଖିଥିଲେ ଯେ ମୋର ବିଶ୍ୱାସ ଯେ ମୁଁ ନୂଆ ବର୍ଷ ବେଳକୁ ସୁସ୍ଥ ହୋଇଯାଇଥିବି ଓ ପୂର୍ବ ଭଳି ପୁଣି ସମସ୍ତଙ୍କୁ ଭେଟିବି। ତେବେ ମଧ୍ୟାହ୍ନରେ ସେ ଅଚାନକ ଅସୁସ୍ଥତା ଅୁନଭବ କରୁଥିବା କହିବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଛନ୍ତି। ତାଙ୍କର ଏବେ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି। ତେବେ ତାଙ୍କ ଅସୁସ୍ଥତାର ସଠିକ କାରଣ ଜଣା ପଡି ନାହିଁ।

ମହାରାଷ୍ଟ୍ର ରାଜନୀତିରେ ସଞ୍ଜୟ ରାଉତ ଜଣେ ମୁଖର ନେତା। ରାଜ୍ୟ ହେଉ କି ଦେଶର ରାଜନୀତି ସମ୍ପର୍କରେ ସେ ଖୋଲାଖୋଲି ତାଙ୍କ ମତ ରଖିଥାନ୍ତି। ତେବେ ଜେଲରୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରୁଥିବା କହୁଛନ୍ତି। ଜେଲରୁ ଫେରିବା ପରେ ସେ ତାଙ୍କ ରାଜନୈତିକ ଗତିବିଦ୍ଧି ପୂର୍ବ ଭଳି ଜାରି ରଖିଥିଲେ। ସେ ପ୍ରାୟତଃ ରାଜନୀତିରେ ସକ୍ରିୟ ଥାନ୍ତି। ତେବେ ଅସୁସ୍ଥତା କାରଣରୁ ସେ ଏବେ ରାଜନୀତିରୁ ଦୂରେଇ ଯାଇଛନ୍ତି।