ଖୁବଶୀଘ୍ର ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବ ନାସା, ଆଇଏସଏସକୁ ଯିବା ପାଇଁ ପ୍ରସ୍ତୁତି

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପ୍ରଶିକ୍ଷଣ ଦେବ ନାସା। ପ୍ରଶିକ୍ଷଣ ପରେ ଚଳିତ ବର୍ଷ ଶେଷ ବେଳକୁ କିମ୍ବା ଆସନ୍ତା ବର୍ଷର ଆରମ୍ଭରେ ଏହି ଅନ୍ତରୀକ୍ଷ ଯାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ପଠାଯିବ। ପ୍ରକୃତରେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ମିଳିତ ମିଶନ ଅନୁଯାୟୀ, ଏହି ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରିବ ନାସା। ତେବେ ଏହି ସୂଚନା, ଭାରତରେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟୀ ଦେଇଛନ୍ତି।

ଗାର୍ସେଟୀ ନିକଟରେ ହିଁ ବେଙ୍ଗାଲୁରୁରେ ଆୟୋଜିତ ୟୁଏସ-ଇଣ୍ଡିଆ କର୍ମସିଆଲ ସ୍ପେଶ କନଫରେନ୍ସରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଆମେରିକା-ଭାରତ ବିଜନେସ କାଉନସିଲ (ୟୁଏସଆଇବିସି) ଏବଂ ୟୁଏସ କର୍ମସିଆଲ ସର୍ଭିସ (ୟୁଏସସିଏସ) ଦ୍ବାରା ଆୟୋଜିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗାର୍ସେଟୀ କହିଛନ୍ତି ଖୁବ୍‌ଶୀଘ୍ର ନାସା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରିବ। ଏହା ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ। 

କାର୍ଯ୍ୟକ୍ରମକୁ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ମଧ୍ୟ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଏଭଳି ବୁଝାମଣା ଭାରତ ଏବଂ ଆମେରିକାର ଦୂରଦର୍ଶୀ ନେତାଙ୍କ ଚିନ୍ତାକୁ ସଲାମ କରିବା ଦରକାର। ଏହା ଦ୍ବାରା ଭାରତ ଏବଂ ଆମେରିକା ବୁଝାମଣା ମଧ୍ୟରେ ଅନ୍ତରୀକ୍ଷ କ୍ଷେତ୍ର ପ୍ରକୃତରେ ମଜଭୁତ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.