ଏବେ ଆଭୂଷଣ ସହ ବିଦେଶରୁ ବିନା କଷ୍ଟମ ଡ୍ୟୁଟିରେ ଏତିକି ଜିନିଷ ଆଣିପାରିବେ ସାଙ୍ଗରେ

NEWS7
nasa-crew-to-relieve-sunita-williams-arrives-at-space-station

ନୂଆଦିଲ୍ଲୀ ୨।୨: ଏବେ ୭୫,୦୦୦ ଟଙ୍କା ମୂଲ୍ୟର ସାମାନ ବିନା କଷ୍ଟମ ଡ୍ୟୁଟି( ସୀମା ଶୁଳ୍କ)ରେ ଭାରତ ଅଣାଯାଇ ପାରିବ। ରବିବାର ଜାରି ବ୍ୟାଗେଜ୍ ନିୟମ ୨୦୨୬ ଅଧିସୂଚନା ଅନୁସାରେ ବିମାନ ଯୋଗେ ହେଉ ଅଥବା ସମୁଦ୍ର ପଥରେ ଭାରତ ଆସୁଥିବା ଭାରତୀୟ ଅଥବା ଭାରତୀୟ ବଂଶୋଦଭବ ପର୍ଯ୍ୟଟକ ଏହି ମୂଲ୍ୟର ସାମାନ ଏବେ ନିଜ ସହ ଆଣି ପାରିବେ। ପୂର୍ବରୁ ଇମ୍ପୋର୍ଟେଡ ସାମଗ୍ରୀ ପାଇଁ ଏହି ସୀମା ୫୦,୦୦୦ ଟଙ୍କା ଥିଲା। ବିଦେଶ ଯାତ୍ରା ଓ ସମୟର ଆବଶ୍ୟକତା ଅନୁସାରେ ଏହି ବୃଦ୍ଧି ଲାଗୁ କରାଯାଇଛି।

ଅଧିକାରୀକ ନୋଟିସ୍ ରେ କୁହାଯାଇଛି ଯେ ଭାରତ ଆସୁଥିବା ଯାତ୍ରୀ (ଶିଶୁ ମଧ୍ୟ ସାମିଲ) ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକ ଉପଯୋଗ ହେଉଥିବା ବ୍ୟକ୍ତିଗତ ସାମାନ ଓ ଯାତ୍ରୀ ସ୍ମୃତି ଚିହ୍ନ ଯାହା ତାଙ୍କ ବାସ୍ତବିକ ବ୍ୟାଗେଜରେ ରହିଛି ତାହା ବିନା ଶୁଳ୍କରେ ନେଇ ଯିବାକୁ ଅନୁମତି ଅଛି। ନୂଆ ବ୍ୟାଗେଜ ନିୟମ ୨ ଫେବୃଆରୀ ମଧ୍ୟ ରାତ୍ରରୁ ସାରା ଦେଶରେ ଲାଗୁ ହୋଇ ଯାଇଛି। ଏହି ନିୟମ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ନିୟମର ସ୍ଥାନ ନେବ।

ବିଦେଶୀ ପର୍ଯ୍ୟଟକଙ୍କ ନିମନ୍ତେ ଭାରତର ବ୍ୟାଗେଜ ନିୟମ
ବିଦେଶୀ ପର୍ଯ୍ୟଟକଙ୍କ ନିମନ୍ତେ ମଧ୍ୟ ନିୟମରେ ପରିବର୍ତ୍ତନ କରାଯାଇଛି। ଭାରତ ଆସୁଥିବା ଯାତ୍ରୀଙ୍କ ୨୫ ହଜାର ଟଙ୍କା ମୂଲ୍ୟର ସାମାନ ଏବେ ଶୁଳ୍କ ମୁକ୍ତ ହୋଇଯାଇଛି। ପୂର୍ବରୁ ଏହା ୧୦ ହଜାର ଟଙ୍କା ସାମଗ୍ରୀ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଥିଲା। ସେହିପରି ଆଭୂଷଣ ନିମନ୍ତେ ଏକ ଅଲଗା ସୀମା ନିର୍ଦ୍ଧାରିତ ହୋଇଛି। ୧ ବର୍ଷରୁ ଅଧିକ ସମୟ ଧରି ବିଦେଶରେ ବସବାସ କରୁଥିବା ଭାରତୀୟ ଓ ପର୍ଯ୍ୟଟକଙ୍କ ନିମନ୍ତେ ୪୦ ଗ୍ରାମ ପର୍ଯ୍ୟନ୍ତ ଆଭୂଷଣ ଶୁଳ୍କ ମୁକ୍ତ ରହିବ। ତେବେ ଏହି ସୀମା ମହିଳା ଯାତ୍ରୀଙ୍କ ନିମନ୍ତେ, ଅନ୍ୟ ଯାତ୍ରୀଙ୍କ ନିମନ୍ତେ ଏହି ସୀମା ୨୦ ଗ୍ରାମ । ଏଥିରେ ଆଭୂଷଣର ସ୍ପଷ୍ଟ ପରିଭାଷା ଯେପରି ସୁନା, ରୂପା, ପ୍ଲାଟିନମ ଓ ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ:- ସର୍ବାଧିକ ସୁନା ଭଣ୍ଡାର ଥିବା ଟପ୍ ଟେନ୍ ଦେଶ: ଭାରତରେ ଅଛି କେତେ ସୁନା?

ଏହି ନିୟମ ଅନ୍ତର୍ଜାତୀୟ ମାର୍ଗରେ ନିଜର ସେବା ସମାପ୍ତ କରିଥିବା କ୍ରୁ ମେମ୍ବରଙ୍କ ନିମନ୍ତେ ମଧ୍ୟ ଲାଗୁ ହେବ। ସେମାନେ ଚୂଡ଼ାନ୍ତ ପୈଠ ପରେ ନିଜ ସାମଗ୍ରୀ ବିନା ଶୁଳ୍କରେ ସାଙ୍ଗରେ ନେଇ ଯାଇ ପାରିବେ। ସେହିପରି ବ୍ୟକ୍ତିଗତ ଓ ପାରିବାରିକ ବ୍ୟବହାର ନିମନ୍ତେ ଛୋଟ ଉପହାର ଆଣିବାକୁ ମଧ୍ୟ ଅନୁମତି ରହିଛି। ହେଲେ ଏଥି ପାଇଁ ସର୍ତ୍ତ ରହିଛି ଯେ ଏହାର ମୂଲ୍ୟ ଯେପରି ଅଢେଇ ହଜାର ଟଙ୍କାରୁ ଅଧିକ ହୋଇ ନଥାଏ।