ବାଲିଯାତ୍ରା ୨୦୨୫
LIVE TV

ବିହାର ଫାଇଟ୍ : ଏକତରଫା ବିଜୟ ମୁହାଁ ବିଜେପି-ଜେଡିୟୁ, ମାଟି କାମୁଡିଲା ମହାଗଠବନ୍ଧନ

NEWS7
narendra-modi-named-world-s-most-admired-indian-yougov-survey

ପାଟନା, ୧୪|୧୧: ବିହାରରେ ପୁଣି ଚାଲିଲା ମୋଦୀ ମ୍ୟାଜିକ୍ । ଏନଡିଏ ଉପରେ ଭରସା କଲେ ଭୋଟର । କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ବିହାର ବିଧାନସଭା ନିର୍ବାଚନରେ । ବିଜେପି-ଜେଡିୟୁ ମେଣ୍ଟ ବଡ ବିଜୟ ଅଭିମୁଖେ ମୁହାଁଉଛନ୍ତି । ଅନ୍ୟ ଦିଗରେ ଆରଜେଡି ଏବଂ କଂଗ୍ରେସ ମାଟି କାମୁଡିଥିବା ଦେଖିବାକୁ ମିଳିଛି ।

ନୂଆ ସରକାର ଗଠନ ନେଇ ବିହାରରେ ଚାଲିଛି ଭୋଟ୍ ଗଣତି । ଦିନ ୧୨ଟା ସୁଦ୍ଧା ୧୯୦ ଆସନରେ ଏନଡିଏ ଆଗରେ ଥିବା ବେଳେ ଆରଜେଡି ଏବଂ କଂଗ୍ରେସ ମାତ୍ର ୪୯ଟି ଆସନରେ ଆଗୁଆ ରହିଛନ୍ତି । ଅନ୍ୟମାନେ କେବଳ ୪ଟି ସିଟରେ ଆଗୁଆ ରହିଛନ୍ତି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିହାରବାସୀ ନୀତିଶ କୁମାରଙ୍କୁ ଆଉ ଥର ଭରସା କରିଛନ୍ତି । ଏହାସହ ଆରଜେଡି ଏବଂ କଂଗ୍ରେସ ନେତୃତ୍ୱାଧିନ ମହାଗଠବନ୍ଧନକୁ ସମ୍ପୂର୍ଣ୍ଣ ପ୍ରତାଖ୍ୟାନ କରିଛନ୍ତି ।

ଯଦି ଏହି ଟ୍ରେଣ୍ଡ ଜାରି ରହେ ତାହାଲେ ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ୍ ପାଇଁ ଏହା ଏକ ବଡ ବିଜୟ ହେବ । ଅନ୍ୟ ଦିଗରେ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ଲାଗିବ ଶକ୍ତ ଝଟକା ।