ଔଷଧ ନିର୍ମାତା କଂପାନୀ ଓ ବିତରକଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୦୯/୦୫: ପ୍ରଚୁର ଔଷଧ ମହଜୁଦ ରଖ ।ଜରୁରୀ ପରିସ୍ଥିତିରେ ଯେମିତି କେହି ସ୍ବାସ୍ଥ୍ୟସେବାରୁ ବଂଚିତ ହେବେନି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିବା ପରେ ଔଷଧ ନିର୍ମାତା କଂପାନୀ ଓ ବିତରକଙ୍କୁ ଏପରି  କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ବି ଦେଇଛନ୍ତି । 


 ସମୀକ୍ଷା ବୈଠକରେ ଦେଶରେ ଥିବା ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ  ଆଲୋଚନା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏହା ଛଡା ଜରୁରୀକାଳୀନ ପରିସ୍ଥିତିରେ କେମିତି ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସୁବିଧା ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମସ୍ତ ସ୍ବାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । 

 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.