ମୋବାଇଲ୍ ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ : ସାଙ୍ଗ ଡାକି ନେଇଥିଲା ଘରୁ, ଗାଁଠାରୁ ୨ କି.ମି. ଦୂର ଜଙ୍ଗଲରୁ ମିଳିଲା ମୃତଦେହ

Published By : Prameya-News7 Bureau | July 03, 2025 IST

ଆନନ୍ଦପୁର ୩।୭: ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ୟାକଲା ସାଙ୍ଗ । ଘଟଣାର ୪ ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକଙ୍କ ମୃତଦେହ । ମୋବାଇଲ୍ ବିବାଦରୁ  ହତ୍ୟାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ ରଖି ପୋଲିସ ତଦନ୍ତ  ଚଳାଇଛି । ମୃତକ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରାଇଘାଟି ଗାଁ ସିଲାୟ ପୂର୍ତ୍ତିଙ୍କ ୧୪ ବର୍ଷର ପୁଅ ଗୁସା । 

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଗାଁର ପାସିଂ ହୋଙ୍କ ପୁଅ କୁଣ୍ଡିଆ ଆସି ଗୁସାକୁ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ଡାକି ନେଇଥିଲା । ପରଦିନ କୁଣ୍ଡିଆ ଫେରିଲା ହେଲେ ଗୁସାର ଦେଖା ଦର୍ଶନ ନଥିଲା । ତେବେ ଗତକାଲି ଗାଁ ଠାରୁ ୨ କିମି ଦୂରରେ ଥିବା ଜଙ୍ଗଲରେ ଗୁସାର ମୃତଦେହ ପଡିଥିବା ଦେଖି ଲୋକେ ପରିବାରକୁ ଖବର କରିଥିଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । କିଛି ମାସ ତଳେ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ । ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବା ବେଳେ କୁଣ୍ଡିଆ ତାକୁ ଲୁଚାଇ ଦେଇଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ତେବେ ପରେ ଉଭୟ ମିଶି ଯାଇଥିଲେ । ତେବେ ସେହି ରାଗକୁ କେନ୍ଦ୍ରକରି କୁଣ୍ଡିଆ ଗୁସାକୁ ମାରିଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ପୋଲିସ କୁଣ୍ଡିଆକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । 

You Can Read:

ଆନନ୍ଦପୁର ଓ ଆଖୁଆପଦାକୁ ଘନେଇଲା ବିପଦ, ଲୋକଙ୍କୁ ସତର୍କ କଲା ପ୍ରଶାସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.