ଖାଇ ସାରି ଘର ବାରଣ୍ଡାରେ ଶୋଇଥିଲେ, ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ

Published By : Prameya-News7 Bureau | July 06, 2025 IST

ନୟାଗଡ଼ ୦୬।୦୭ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀରେ ଅଘଟଣ । ମଦ୍ୟପଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଲେ ୭୦ ବର୍ଷର କବିର ପ୍ରଧାନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । 

ଖବର ଅନୁଯାୟୀ, କବିର ନିତ୍ୟକର୍ମ ସାରି ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଗାଁ ଅଶୋକ ମଲ୍ଲିକ ଆସି ହଠାତ୍‌ କବିରଙ୍କୁ ଟାଙ୍ଗିଆରେ ଚୋଟ ମାରିଥିଲେ । ଯାହାଫଳରେ କବିରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ପରିବାର ଲୋକ ଏବଂ ସାହିପଡିଶା ଅଶୋକକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଅଶୋକଙ୍କ ସହ କବିରଙ୍କର କୌଣସି ପୂର୍ବଶତ୍ରୁତା ନଥିବା ବେଳେ କଣ ପାଇଁ ସେ ଏହି ହତ୍ୟାକାଣ୍ଡ ଘଟାଇଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବାକି ଦଶପଲ୍ଲା ଥାନା ପୋଲିସ ହତ୍ୟା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.