ବିବାହ ପରେ ବଦଳି ଥିଲା ଅଜୟ ଦେବଗନଙ୍କ କ୍ୟାରିୟର , କାଜୋଲ କହିଲେ ...

Published By : Prameya-News7 Bureau | July 06, 2025 IST

ମୁମ୍ୱାଇ : କାଜୋଲ ଓ ଅଜୟ ଦେବଗନ ବଲିଉଡ୍‌ର ପ୍ରିୟ ଯୋଡିଙ୍କ ମଧ୍ୟରୁ ଗୋଟିଏ। ଦୁହେଁ ସର୍ବଦା ପରସ୍ପରକୁ ପର୍ସନାଲି ଓ ପ୍ରଫେସନାଲି ସପୋର୍ଟ କରନ୍ତି। ଦୁହେଁ ଏକାଠି ପ୍ରଥମ ଥର ୧୯୯୫ ସମିହାରେ ଆସିଥିବା ଫିଲ୍ମ ‘ହଲଚଲ’ ରେ କାମ କରିଥିଲେ। ଏବେ ନିକଟରେ କାଜୋଲ ଏକ ଇଣ୍ଟରଭ୍ୟୁ ରେ ଅଜୟ ଦେବଗନଙ୍କ ବିଷୟରେ କହିଛନ୍ତି। ସେ ହିଁ ଏମିତି କଳାକାର , ଯିଏ ସବୁ ପ୍ରକାରର ଫିଲ୍ମ ବହୁତ ଭଲ ଭାବେ କରନ୍ତି। ଏହା ବ୍ୟତୀତ କାଜୋଲ ଅଜୟଙ୍କ ସେହି ସମୟ ବିଷୟରେ ମଧ୍ୟ କହିଛନ୍ତି , ଯେତେବେଳେ ତାଙ୍କର ଫିଲ୍ମ ବକ୍ସ ଅଫିସରେ ଫେଲ୍‌ ମାରୁ ଥିଲା।

କାଜୋଲ ଲଲନଟପ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ମସ୍ତି କରି କହିଛନ୍ତି, ଅଜୟଙ୍କର କ୍ୟାରିୟର ବାହାଘର ପରେ ଭଲ ହୋଇଛି। ସେ କହିଛନ୍ତି, ଦେଖ ମୋତେ ବିବାହ କରିବା ପରେ ତାଙ୍କର କ୍ୟାରିୟର ବଦଳିଗଲା। ଭଲଭାବେ ଶିଖାଇ ବାହାର କରି ମୁଁ ତାଙ୍କୁ। କାଜୋଲ ଆହୁରି କହିଛନ୍ତି, କିନ୍ତୁ ତାଙ୍କୁ ହାଟ୍ସଅଫ୍। ମୋତେ ଲାଗେ କି, ସେ ଜଣେ ଏମିତି ଆକ୍ଟର , ଯିଏକି ସବୁ ଜୋନରର ଫିଲ୍ମରେ ସଫଳତା ପାଇଛନ୍ତି , ତାହା କମେଡି, ଆକ୍ସନ, କି ରୋମାନ୍ସ ବା ଡ୍ରାମା ହେଉ। ଯାହା ବି ସେ କରନ୍ତି ଖୁବ୍‌ ଭଲ ଭାବେ କରନ୍ତି।

ଅଜୟଙ୍କର କେଉଁ ଫିଲ୍ମ ତାଙ୍କର ପ୍ରିୟ ? ଏହି ପ୍ରଶ୍ନର ଉତ୍ତରରେ କାଜୋଲ କହିଛନ୍ତି , ମୋତେ କମ୍ପାନୀ ବହୁତ ପସନ୍ଦ। ସେ ମୋର ଟପ୍‌ ଫେବରେଟ୍‌। ବେଷ୍ଟ ଫିଲ୍ମ ମୋ ପାଇଁ ଏମିତି ଭାବେ ଲିଜେଣ୍ଟ ଅଫ୍‌ ଭଗତ୍ ସିଂହ। ତାହା ଜବରଦସ୍ତ ଥିଲା। ଗୋଟିଏ ଚରିତ୍ର ଯାହା ଏମିତି ଦେଖାଇଛନ୍ତି। 

କହି ରଖୁଛୁ କି, ଅଜୟ ଦେବଗନଙ୍କ ପ୍ରଡକ୍ସନ ହାଉସ୍‌କୁ ଥରେ ଫିଲ୍ମ 'ରାଜୁ ଚାଚା' କୁ ନେଇ ବିଫଳତାର ସାମ୍ନା କରିବାକୁ ପଡ଼ିଥିଲା ସେହି ସମୟରେ ସେ ଫିଲ୍ମ ଖୁବ୍‌ ମହଙ୍ଗା ଥିଲା , କିନ୍ତୁ ଫିଲ୍ମ ଫ୍ଲପ୍‌ ହେବାକୁ ଅଜୟଙ୍କୁ ଖୁବ୍‌ କ୍ଷତି ସହିବାକୁ ପଡ଼ିଲା। ହେଲେ ଏହାପରେ ସେ ଆହୁରି ଅନେକ ଫିଲ୍ମ କରିଥିଲେ ଯାହା ହିଟ୍‌ ମଧ୍ୟ ହୋଇଥିଲା। 

ଅଜୟଙ୍କ ଫିଲ୍ମ ଫ୍ଲପ୍‌ ହେବାକୁ ନେଇ କାଜୋଲ କହିଛନ୍ତି , ତାହା ଖୁବ୍‌ ଖରାପ ସମୟ ଥିଲା। ଅଜୟ ବହୁତ ନିରାଶ ହୋଇଥିଲେ। ଏଥିରୁ ବାହାରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା। କିନ୍ତୁ ମାନିବାକୁ ପଡ଼ିବ ଯେ, ସେ ପୁଣି ଠିଆ ହେଲେ ଏବଂ ଆଗକୁ ବି ଫିଲ୍ମ ପ୍ରଡ୍ୟୁସ୍‌ କଲେ। ଅନେକ ଲୋକ ଏତେ ବଡ଼ କ୍ଷତି ପରେ ଛାଡ଼ି ଦିଅନ୍ତି, କିନ୍ତୁ ସେ ରିସ୍କ ନେଲେ ଏବଂ ଆଜି ବି ଜଣେ ପ୍ରଡ୍ୟୁସର ଭାବ କାମ କରୁଛନ୍ତି। 

କାଜୋଲକଙ୍କ ବିଷୟରେ ଯଦି କହିଲା ତ , ନିକଟରେ ତାଙ୍କର ଫିଲ୍ମ ମାଁ ରିଲିଜ ହୋଇଛି , ଯାହାକି ଏକ ହରର୍‌ କମେଡି ଫିଲ୍ମ। ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଏବେ ସେ ଏହାପରେ ସରଜମିନ ଫିଲ୍ମରେ ନଜର ଆସୁଛନ୍ତି , ଯେଉଁଥିରେ ତାଙ୍କ ସହ ପୃଥ୍ୱୀରାଜ ସୁକୁମାରଣ ଓ ଇବ୍ରାହିମ୍ ଅଲୀ ଖାନ୍ ଲିଡ୍‌ରେ ରୋଲ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.