ବାଲିଯାତ୍ରା ୨୦୨୫
LIVE TV

କୋର୍ଟ ଗଲେ ଅନିଲ ଅମ୍ବାନୀ : କୋବ୍ରାପୋଷ୍ଟ ବିରୋଧରେ ଦାଖଲ କଲେ ମାନହାନୀ ମୋକଦ୍ଦମା

NEWS7
murder-case-in-kalahandir-munupadar-village

ନୂଆଦିଲ୍ଲୀ, ୧୪|୧୧: କୋବ୍ରାପୋଷ୍ଟ୍ ବିରୋଧରେ କୋର୍ଟ ଗଲେ ଅନିଲ ଅମ୍ବାନୀ । ଖାଲି କୋବ୍ରା ପୋଷ୍ଟ ନୁହେଁ, ଦି ଇକୋନୋକି ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ବିରୋଧରେ ମଧ୍ୟ ରିଲିଆନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ମାନହାନୀ ମୋକଦ୍ଦମା ଦାଖଲ କରିଛନ୍ତି । ଦିଲ୍ଲୀର ଏକ କୋର୍ଟରେ ମାମଲା କରାଯାଇଥିବା ସୂଚନା ମିଳିଛି । ଯାହାର ଶୁଣାଣି ଆରମ୍ଭ ହୋଇଯାଇଛି ।

ସୂଚନାନୁସାରେ, ବିଭିନ୍ନ ଗଣମାଧ୍ୟମରେ ତାଙ୍କ କମ୍ପାନୀ ୪୧ ହଜାର କୋଟି ଟଙ୍କାର ଠକେଇ କରିଥିବା ନେଇ ଖବର ପ୍ରକାଶ ପାଇଥିଲା । ଗୁରୁବାର ଏହି ମାମଲାକୁ ଶୁଣାଣି କରିଥିଲେ ବରିଷ୍ଠ ବିଚାରପତି ବିବେକ ବେନିଓ୍ୱାଲ । କୋର୍ଟ ତଥ୍ୟ ଅନୁସାରେ, କୋବ୍ରାପୋଷ୍ଟ, ଇକୋନୋମିକ୍ ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ବିରୋଧରେ ପିଟିସନ୍ ଫାଇଲ କରାଯାଇଛି ।

ପ୍ରଥମେ କୋବ୍ରାପୋଷ୍ଟରେ ଅକ୍ଟୋବର ୩୦ରେ ଖବର ପ୍ରକାଶ ପାଇଥିଲା ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ ୪୧,୯୨୧ କୋଟିର ଏକ ଆର୍ଥିକ ଠକେଇ କରିଥିଲା । ୨୦୦୬ ମସିହାରୁ ଏହି ଠକେଇ ଚାଲିଥିଲା । ଅନ୍ୟ ଖବର କାଗଜ ଏବଂ ଓ୍ୱେବସାଇଟରେ ଏନେଇ ଖବର ପ୍ରକାଶିତ ହୋଇଥିଲା । ଏହା ରିଲିଆନ୍ସ ଏବଂ ଅନିଲ ଅମ୍ପାନୀଙ୍କ ସମ୍ମାନହାନୀ କରୁଥିବା କୋର୍ଟରେ ଆବେଦନ ହୋଇଛି ।