ବାଇକ୍‌ରେ ଯାଉଥିଲେ ଯୁବକ, ବିଚ୍‌ ରାସ୍ତାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

Published By : Prameya-News7 Bureau | April 12, 2025 IST

ବଲାଙ୍ଗୀର ୧୨।୦୪ : ବିଚ୍‌ ରାସ୍ତାରେ ହାଣି ହତ୍ୟା । ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି । 

ଖବର ଅନୁଯାୟୀ, ଶନିବାର ମଧ୍ୟାହ୍ନ ସମୟରେ ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି ଅଭାବନୀୟ ଘଟଣା । ବାଇକ୍‌ରେ ଜଣେ ଯାଉଥିବା ସମୟରେ ହଠାତ୍‌ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ବାଇକ ଆରୋହୀ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକ ମୃତଦେହ ପଡିଥିବାର ଦେଖି ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ପୋଲିସ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ କିଏ କାହିଁକି ହତ୍ୟା କରିଛି । ସେନେଇ କୌଣସି ସୂଚନା ମିଳିନାହିଁ । ସେହିପରି ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.