ସାମାନ୍ୟ କଥା କଟାକଟିକୁ ନେଇ ହତ୍ୟା, କିଛି ଲୋକ ମିଶି ଜଣଙ୍କୁ ମାରିଦେଲେ

Published By : Prameya-News7 Bureau | April 18, 2024 IST

କେନ୍ଦୁଝର ୧୮।୦୪ : ସାମାନ୍ୟ କଥା କଟାକଟିକୁ ନେଇ ତଣ୍ଟି ଚିପି ହତ୍ୟା। କେନ୍ଦୁଝର ସହରର କାଶୀପୁର ମୁଣ୍ଡା ସାହିରେ ବୁଧବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ କିଛି ଲୋକ ମିଶି ଜଣଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ୨ ଜଣଙ୍କୁ ଅଟକ ରଖିଛି ପୋଲିସ । 

ଖବର ଅନୁଯାୟୀ, କେନ୍ଦୁଝର ସହରର କାଶୀପୁର ମୁଣ୍ଡା ସାହିରେ ବୁଧବାର ରାତିରେ କିଛି ଲୋକ ଅତ୍ୟଧିକ ମଦ୍ୟପାନ କରି ନିଜ ନିଜ ଭିତରେ ଗଣ୍ଡଗୋଳ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ନିଶାଡ଼ିମାନେ ଜଣଙ୍କୁ ସଙ୍ଘବଦ୍ଧ ଭାବେ ତଣ୍ଟିଚିପି ହତ୍ୟା କରି ରାସ୍ତାରେ ଫୋପାଡି ଦେଇଥିଲେ। ମୃତକ ଜଣକ ହେଲେ କାଶୀପୁର ମୁଣ୍ଡା ସାହିର ଅକ୍ଷୟ ନାଏକ ଓରଫ ନିନୁ ନାଏକ।ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.