ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଦୁଇ ବଲିଉଡ୍‌ ଷ୍ଟାର୍‌ଙ୍କ ମତ ଶୁଣିଲେ ଆଶ୍ଚର୍ଯ୍ୟ ହେବେ: ଜୀନତଙ୍କ କଥାକୁ ଅସ୍ୱୀକାର କଲେ ମୁମତାଜ୍

Published By : Prameya-News7 Bureau | April 15, 2024 IST

abp enelish

ମୁମ୍ବାଇ: ଉଭୟ ରିଲ୍‌ ଲାଇଫ୍ ଓ ରିୟଲ ଲାଇଫ୍‌ରେ ବୋଲ୍ଡ ଆଭିମୁଖ୍ୟ ପ୍ରକାଶ କରୁଥିବା ବିଗତ ଦିନର ସୁପର ଷ୍ଟାର ଜୀନତ ଅମାନ ବିବାହକୁ ନେଇ ଯୁବବର୍ଗଙ୍କୁ ଏକ ମେସେଜ୍ ଦେଇଛନ୍ତି। ତାଙ୍କ ମେସେଜ୍‌ ବି ଖୁବ୍ ବୋଲ୍ଡ। 

ସେ କହିଛନ୍ତି ବିବାହ ପୂର୍ବରୁ ପୁଅ ଝିଅ ପ୍ରଥମେ ଲିଭ୍‌ ଇନ ରିଲେସନ୍‌ରେ ରହିବା ଉଚିତ। ବିବାହର ପରିବାର ଓ ସରକାରୀ ବ୍ୟବସ୍ଥା ଏଣ୍ଟ୍ରି କରିବା ପୂର୍ବରୁ ପ୍ରଥମେ ଲିଭ୍-ଇନ୍ ରିଲେସନ୍‌ରେ ରହିବା ଉଚିତ୍।

ଜୀନତ ଅମାନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ବଡ଼ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଥିବା କିଛି ଅଂଶ ହେଲା “ ଏଠି ମୁଁ ଏକ ବ୍ୟକ୍ତିଗତ ମତ ରଖୁଛି। ଯାହା ପୂର୍ବରୁ କେବେ କହି ନାହିଁ। ଯଦି ଆପଣ ଗୋଟେ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଦୃଢ଼ତାର ସହ କହିବି ଯେ ବିବାହ ପୂର୍ବରୁ ପ୍ରଥମେ ଆପଣମାନେ ଲିଭ୍‌-ଇନ ରିଲେସନ୍‌ରେ ରୁହନ୍ତୁ।ଏହି ଉପଦେଶ ମୁଁ ମୋ ପୁଅକୁ ମଧ୍ୟ ଦେଇଛି। ସେମାନେ ଲିଭ୍‌-ଇନ ରିଲେସନ୍‌ରେ ରହିଛନ୍ତି ମଧ୍ୟ। ମୋତେ ଏହା ଖୁବ ତର୍କ ସଂଗତ ଲାଗେ ଯେ ଆପଣ୍କ ବିବାହରେ ପରିବାର ଓ ସରକାରୀ ବ୍ୟବସ୍ଥା ଏଣ୍ଟ୍ରି କରିବା ପୂର୍ବରୁ ସେମାନଙ୍କ ସମ୍ପର୍କକୁ ଗୋଟେ ଅଲଗା ଟେଷ୍ଟ ମିଳିବ ଦରକାର।”

ଜୀନତ ଅମାନ ପାଶ୍ଚାତ୍ୟ ଓ ଆଧୁନିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଥିବା ବେଳେ ପୂର୍ବତନ ଅଭିନେତ୍ରୀ ମୁମତାଜ ଏହାକୁ ନିନ୍ଦା କରିଛନ୍ତି। ଲିଭ୍ ଇନ ରିଲେସନ ରଖିଲେ ଯେ ବିବାହ ହେବ ତାର କିଛି ଗ୍ୟାରେଣ୍ଟି ନାହିଁ ବୋଲି ମୁମତାଜ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ମୁମତାଜଙ୍କ କଥାକୁ ସମର୍ଥନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟ୍‌ଲି।ମୁମତାଜ ଏକ ଇଣ୍ଟରଭ୍ୟୁରେ ଲିଭ୍ ଇନ ରିଲେସନ୍‌ ଯେ ବାହାଘରରେ ଶେଷ ହେବ ସେ ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି।


ପଢ଼ନ୍ତୁ-ସାଉଦି ଜେଲ୍‌ରେ ବନ୍ଦୀ କେରଳ ଯୁବକ, ମୁକୁଳାଇବା ପାଇଁ କ୍ରାଉଣଫଣ୍ଡିଂରୁ ସଂଗ୍ରହ ହେଲା ୩୪ କୋଟି ଟଙ୍କା


ଜୁମକୁ ସାକ୍ଷାତ୍‌କାର ଦେଇ ମୁମ୍‌ତାଜ କହିଛନ୍ତି “ ମୁଁ ଜୀନତଙ୍କ ସହ ଏକମତ ନୁହେଁ।” ସେ ଦୃଢ଼ତାର ସହ କହିଛନ୍ତି ଯେ ଲିଭ୍ ଇନ ରିଲେସନ୍‌ରେ ରହିଲେ ବି ସଫଳ ବିବାହ ହେବ ତାର କିଛି ଗ୍ୟାରେଣ୍ଟି ନାହିଁ। ମୁଁ ତ କହୁଛି ବାହାଘର ହେବା କଥା ନୁହେଁ।ଆଜି କାଲିର ଯୁଗରେ ନିଜକୁ ବାନ୍ଧି ରଖିବାର ଆବଶ୍ୟକ କ’ଣ ? ବାହାଘର କାହିଁକି ? କଣ ପିଲା ପାଇଁ ? ଆରେ ବାହାରକୁ ଯାଅ। ଗୋଟେ ଲୋକ ଖୋଜ ଯିଏ ଆପଣଙ୍କୁ ଆକୃଷ୍ଟ କରୁଛି। ତାଙ୍କ ଠାରୁ ବିନା ଶାରିରୀକ ସମ୍ପର୍କରେ ପିଲା ଜନ୍ମ କରି ହେବ। ଯୁଗ ଖୁବ ଆଗେଇଲାଣି।

ମୁମତାଜଙ୍କ ବିବାହକୁ ୪୦ ବର୍ଷ ପୂରିଯାଇଥିଲେ ବି ବିବାହ ଏକ ଚ୍ୟାଲେଞ୍ଜ ବୋଲି ସ୍ୱୀକାର କରିଛନ୍ତି। ଏଥିସହିତ ମସାଜ ଲିଭ୍ ଇନ ରିଲେସନକୁ ସ୍ୱୀକାର କରିବ ନାହିଁ ବୋଲି ମଧ୍ୟ କହିଛନ୍ତି। ପାରମ୍ପରିକ ମୂଲ୍ୟବୋଧ ବିରୋଧରେ ପ୍ରୋତ୍ସାହ ଦେଉଥିବାରୁ ମୁମତା ଜୀନତଙ୍କୁ ସତର୍କ କରାଇଛନ୍ତି। ଓ ଏହାର ଖରାପ ପରିଣାମ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। 

ସେଲିନା ଜ୍ୟାଟ୍‌ଲି ମଧ୍ୟ ମୁମତାଜଙ୍କ କଥାକୁ ଦୋହରାଇଛନ୍ତି। ବିନା ବିବାହରେ ଲିଭ୍‌-ଇନ-ରିଲେସନ୍‌ରେ ପରଣତି ଓଲଟା ହୋଇପାରେ ବୋଲି ସେ କହିଛନ୍ତି। ଲିଭ୍ ଇନ ରିଲେସନ୍‌ରେ ରହିବା ପରେ କପଲମାନେ ବିବାହ କରିବା ଅପେକ୍ଷା ଅଲଗା ହେଇଯାଇପାରନ୍ତି ବୋଲି ସେଲିନା କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.