୫ଶହ ଷ୍ଟ୍ରାଇକ୍ ରେଟ୍‌ରେ ପାଣ୍ଡ୍ୟାଙ୍କୁ ପ୍ରଚଣ୍ଡ ପ୍ରହାର; ହ୍ୟାଟ୍ରିକ୍ ଛକା ସହ ଧୋନିଙ୍କ ଜବରଦସ୍ତ ଫିନିସ୍, ଓ୍ବିକେଟ୍ ପଛରୁ ଚାଲିଲା ଗେମ୍ ପ୍ଲାନ୍

Published By : Prameya-News7 Bureau | April 15, 2024 IST

ମୁମ୍ବାଇ: ଧୂରନ୍ଦର ଧୋନିଙ୍କ ରୌଦ୍ର ରୂପ । ବ୍ୟାଟିଂ ଉତ୍ତାପରେ ଜଳିଲେ ହାର୍ଦ୍ଦିକ୍ । ୫ଶହ ଷ୍ଟ୍ରାଇକ୍ ରେଟ୍‌ରେ ପାଣ୍ଡ୍ୟାଙ୍କୁ ପ୍ରଚଣ୍ଡ ପ୍ରହାର । ୪୩ ବର୍ଷ ବୟସରେ ଜବରଦସ୍ତ ଫିନିସ୍ । ମୁମ୍ବାଇଠୁ ମ୍ୟାଚ୍ ଛଡ଼େଇ ନେଲା ଚେନ୍ନାଇ । ଓ୍ବିକେଟ୍ ପଛରୁ ହେଉ କିମ୍ବା ଓ୍ବିକେଟ୍ ଆଗରୁ, କ୍ରିକେଟ୍ ମୈଦାନ ସତରଞ୍ଜର ଗୋଟି ବିଛାଇବାରେ ମାହିର୍ ଏମଏସ୍ ଧୋନି । ଆଇପିଏଲର ୨୯ତମ ଲିଗ୍ ମୁକାବିଲାରେ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି ଥାଲା । ରୋହିତଙ୍କ ଶତକ ସତ୍ତ୍ବେ ମୁମ୍ବାଇ ମୁହଁରୁ ମ୍ୟାଚକୁ ଛଡ଼ାଇ ନେଇଛନ୍ତି । ଆଉ ୨୦ରେ ରନରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍ । 

ମୁମ୍ବାଇକୁ ଭାରି ପଡ଼ିଲା ପାଣ୍ଡ୍ୟାଙ୍କ ଅନ୍ତିମ ଓଭର । ୪ଟି ବଲରେ ଧୋନିଙ୍କ ଛକା, ଚୌକା ବର୍ଷା । ହାର୍ଦ୍ଦିକଙ୍କ ଉପରରେ ହ୍ୟାଟ୍ରିକ୍ ଛକା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨୦ତମ ଓଭର ନେଇ ଆସିଥିଲେ କ୍ୟାପଟେନ୍ ହାର୍ଦ୍ଦିକ୍ ପାଣ୍ଡ୍ୟା । ମାତ୍ର ତାଙ୍କ ସାମ୍ନାରେ ଥିଲେ ବିଶ୍ବର ବେଷ୍ଟ୍ ଫିନିସର ଏମଏସ୍ ଧୋନି । ଅଭିଜ୍ଞଙ୍କ ଆଗରେ ଫିକା ପଡ଼ିଥିଲା ଫ୍ରେସରଙ୍କ ରଣନୀତି । ଏଇଠୁ ଆରମ୍ଭ ହୋଇଥିଲା ମାହି ମ୍ୟାଜିକ୍ । ତିନୋଟି ବଲରେ ଲଗାତାର ଛକା ମାରି ପାଣ୍ଡ୍ୟାଙ୍କ ବୋଲିଂକୁ ଧ୍ବସ୍ତ କରିଦେଇଥିଲେ ୪୨ ବର୍ଷିୟ ମହେନ୍ଦ୍ର ସିଂହ ଧୋନି । ୪ଟି ବଲ୍ ଖେଳି ୫ଶହ ଷ୍ଟ୍ରାଇକ୍ ରେଟରେ ୨୦ ରନ୍ ସଂଗ୍ରହ କରି ଦଳ ମଜବୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ମୁମ୍ବାଇକୁ ୨୦୭ ରନର ଟାର୍ଗେଟ୍ ଦେଇଥିଲା ସିଏସକେ । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଏମଏସ୍ ଧୋନିଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ମାତ୍ର ୧୬ଟି ବଲ୍ ଖେଳି ୩୭ ରନ୍ ସଂଗ୍ରହ  କରିଥିଲେ । ଏଥିରେ ୪ଟି ଚୌକା ଓ ୩ଟି ଛକା ରହିଥିଲା ।  

ଆଇପିଏଲ୍‌ର ୧୭ତମ ସଂସ୍କରଣରେ ହିଟମ୍ୟାନଙ୍କ ହିଟ୍ ସୋ’। ୧୨ ବର୍ଷ ପରେ ଚେନ୍ନାଇ ବିରୋଧରେ ସେଞ୍ଜୁରୀ । ସୁପର କିଙ୍ଗ୍ସ ବିରୋଧରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ରନରେ ପରାସ୍ତ ହୋଇଛି ତ ଓ୍ବାଙ୍ଖଡେରେ ରୋହିତ ଶର୍ମାଙ୍କ ସନଡେ’ ସୁପର ସୋ’ ଦେଖିବାକୁ ମିଳିଥିଲା । ମାତ୍ର ୬୧ଟି ବଳରେ ଶତକୀୟ ପାଳି ଖେଳିଥିଲେ ହିଟ୍ ମ୍ୟାନ୍ । ଏଥିରେ ୧୦ଟି ଚୌକା ଓ ୫ଟି ଛକା ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଅଧିନାୟକଙ୍କ ଏହା ଥିଲା ଦ୍ବିତୀୟ ଶତକ । ଏହା ପୂର୍ବରୁ ୨୦୧୨ରେ ରୋହିତଙ୍କ ବ୍ୟାଟ୍ ଗର୍ଜିଥିଲା । 


ପତିରଣାଙ୍କ ପେସ୍ ସାମ୍ନାରେ ରୋହିତଙ୍କ ଶତକ ଫିକା। ମୁମ୍ବାଇ ଇଣ୍ଡିଆନ୍ସ ମୁହଁରୁ ମ୍ୟାଚ୍ ନେଇଗଲେ ମାହି । ମଥିଶା ପତିରଣା ୪ଟି ଓ୍ବିକେଟ୍ ନେଇ ଏମଆଇକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ମଧ୍ୟକ୍ରମରେ କୌଣସି ବ୍ୟାଟର ରୋହିତଙ୍କୁ ସାଥ୍ ଦେଇନଥିଲେ । ଫଳରେ ରୋହିତ ଶର୍ମାଙ୍କ ଅପରାଜେୟ ଲଢ଼େଇ ସତ୍ତ୍ବେ ଦଳ ୨୦ ରନରେ ଦଳ ପରାସ୍ତ ହୋଇଛି । ଲଗାତାର ଦୁଇଟି ମ୍ୟାଚ୍ ଜିତିବା ପରେ ହୋମ୍ କଣ୍ଡିସନରେ ତୃତୀୟ ମ୍ୟାଚ୍ ହାରିଛି ମୁମ୍ବାଇ ।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.