ICCର ହଲ୍ ଅଫ ଫେମ୍‌ରେ ସମ୍ମାନିତ ହେଲେ ଏମ୍‌ଏସ୍‌ ଧୋନୀ, ପ୍ରଥମଥର ପାଇଁ ଦେଲେ ପ୍ରତିକ୍ରିୟା...

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ ୧୦।୦୬: ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ପ୍ଲେୟର ଏମଏସ୍ ଧୋନି । ବଡ଼ ସମ୍ମାନରେ ହୋଇଛନ୍ତି ସମ୍ମାନିତ । ସୋମବାର ଧୋନୀଙ୍କୁ ଆଇସିସି ହଲ୍ ଅଫ ଫେମ୍ ୨୦୨୫ରେ ସାମିଲ କରାଯାଇଛି । ଧୋନିଙ୍କ ନାଁରେ ୧୭୦୦୦ରୁ ଅଧିକ ଅନ୍ତର୍ଜାତୀୟ ରନ୍ ଅଛି । ସେ ତିନୋଟି ଆଇସିସି ହ୍ୱାଇଟ୍-ବଲ୍ ଟୁର୍ଣ୍ଣାମେଣ୍ଟ ଜିତିଥିବା ଏକମାତ୍ର ଅଧିନାୟକ । 

ସମ୍ମାନିତ ହେବା ପରେ ପ୍ରଥମଥର ସାମ୍ନାକୁ ଆସିଛି କ୍ୟାପଟେନ୍‌ କୁଲ୍‌ଙ୍କ ପ୍ରତିକ୍ରିୟା । ଧୋନି କହିଛନ୍ତି ଯେ, 'ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ ହେବା ଏକ ସମ୍ମାନର ବିଷୟ, ଯାହା ବିଶ୍ୱର ଅନେକ ପିଢ଼ିର କ୍ରିକେଟରଙ୍କ ଅବଦାନକୁ ମାନ୍ୟତା ଦିଏ । ଏପରି ସର୍ବକାଳୀନ ମହାନ ଖେଳାଳିଙ୍କ ସହିତ ମୋ ନାଁ ମନେ ରହିବା ଏକ ଅଦ୍ଭୁତ ଅନୁଭବ। ଏହା ଏପରି କିଛି ଯାହା ମୁଁ ସର୍ବଦା ସଜାଇ ରଖିବି ।' 

ଏମ୍ଏସ୍ ଧୋନିଙ୍କ ବ୍ୟତୀତ ଏହି ସମ୍ମାନ ପାଇଥିବା ଅନ୍ୟ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା, ପୂର୍ବତନ ଅଷ୍ଟ୍ରେଲିୟ ପୂର୍ବ ଓପନିଙ୍ଗ ବ୍ୟାଟ୍ସର ମାଥ୍ୟୁ ହେଡେନ୍, ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରୀମ ସ୍ମିଥ୍ ଏବଂ ନ୍ୟୁଜିଲ୍ୟାଣ୍ଡର ମହାନ ଖେଳାଳି ଡାନିଏଲ୍ ଭିଟୋରି ସାମିଲ ଅଛନ୍ତି। ସେହିପରି ପାକିସ୍ତାନର ସାନା ମୀର ଏବଂ ପୂର୍ବତନ ଇଂଲଣ୍ଡ ୱିକେଟକିପର-ବ୍ୟାଟ୍ସର ସାରା ଟେଲର ହେଉଛନ୍ତି ଦୁଇ ମହିଳା ଖେଳାଳି, ଯାହାଙ୍କ ନାଁ ସାମିଲ ହେବା ଦ୍ୱାରା ମୋଟ ହଲ୍ ଅଫ୍ ଫେମ୍ ସଂଖ୍ୟା ୧୨୨ ହୋଇଛି।

ଏମ୍ଏସ୍ ଧୋନି ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ ହୋଇଥିବା ୧୧ତମ ଭାରତୀୟ କ୍ରିକେଟର ହୋଇଛନ୍ତି। ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ବିଶନ ସିଂହ ବେଦୀ, କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ଭିନୁ ମଙ୍କଡ, ଡାଏନ୍ ଏଡୁଲଜି, ବୀରେନ୍ଦ୍ର ସେହୱାଗ, ନୀତୁ ଡେଭିଡ୍ ଏହି ସମ୍ମାନ ପାଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.