T20 World Cup: ଭାରତୀୟ ଟିମକୁ ବଡ଼ ଆଶ୍ଵସ୍ତି, ଓ୍ଵେଷ୍ଟଇଣ୍ଡିଜକୁ ଏକତରଫା ୯ ଓ୍ଵିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

NEWS7
mrutadeha-rescued-near-panda-park-slum-area-case-action-taken-by-police

ଅହମ୍ମଦାବାଦ: ଚଳିତ ଟି-୨୦ ବିଶ୍ଵକପରେ ଏକ ଗୁରୁତ୍ଵପୂର୍ଣ୍ଣ ସୁପର-୮ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଧମାକାଦାର ବିଜୟ। ଓ୍ଵେଷ୍ଟଇଣ୍ଡିଜକୁ ଏକତରଫା ଭାବେ ୯ ଓ୍ଵିକେଟରେ ପରାସ୍ତ କରିଛି ଆଡନ ମାରକ୍ରମଙ୍କ ଟିମ୍। ଦକ୍ଷିଣ ଆଫ୍ରିକାର ଏହି ବିଜୟ ଭାରତୀୟ ଦଳ ସହ ଏହାର ପ୍ରଶଂସକଙ୍କୁ ବେଶ ଆଶ୍ଵସ୍ତି କରିଛି। ବିଜୟ ସହ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍ ଦୌଡ଼ରେ ନିଜର ସ୍ଥିତି ମଜବୁତ କରି ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ୧୭୬ ରନର ପ୍ରଭାବଶାଳୀ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାରକ୍ରମଙ୍କ ଧୂଆଁଧାର ଅପରାଜିତ ୮୨ ରନ ସହ ଡି କକଙ୍କ ୪୭ ରନ ଓ ରିକଲଟନଙ୍କ ଅପରାଜିତ ୪୫ ରନ ବଳରେ ୨୩ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଛି।

୧୭୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଆଡନ ମାରକ୍ରମ ଓ କ୍ଵିଣ୍ଟନ ଡିକକ୍ ଦଳକୁ ଦମଦାର ଆରମ୍ଭ ଦେଇ ମ୍ୟାଚକୁ ଏକତରଫା କରି ଦେଇଥିଲେ। ଦୁଇ ବ୍ୟାଟର ଇଣ୍ଡିଜ ବୋଲରଙ୍କୁ ପ୍ରହାର କରି ପ୍ରଥମ ଓ୍ଵିକେଟ୍ ପାଇଁ ୮ ଓଭରରେ ୯୫ ରନ ଯୋଡ଼ିଥିଲେ। ଡିକକ୍ ୨୪ ବଲରୁ ୪ ଚୌକା ଓ ୪ ଛକା ସହ ୪୭ ରନ କରି ଆଉଟ୍ ହୋଇଥିଲେ। ମାରକ୍ରମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଧିନାୟକ ଓ ରିୟାନ ରିକଲଟନ ଦ୍ରୁତ ବ୍ୟାଟିଂ ଜାରି କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ି ଦଳକୁ ସହଜ ବିଜୟ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୨୩ ବଲ୍ ବାକି ଥାଇ ମ୍ୟାଚକୁ ୯ ଓ୍ଵିକେଟରେ ଜିତି ନେଇଛି। ମାରକ୍ରମ ୪୬ ବଲରୁ ୭ ଚୌକା ଓ ୪ ଛକା ସହ ୮୨ ରନରେ ଅପରାଜିତ ଥିଲେ। ରିକଲଟନ ୨୮ ବଲରୁ ୪୫ ରନର ଇନିଂସ ଖେଳି କ୍ରିଜରେ ଥିଲେ।

Updating...