LIVE TV

ପାକିସ୍ତାନର ଆକ୍ରମଣରେ ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ: ପାକ୍ ସହ ଟି-୨୦ ମ୍ୟାଚ୍‌ ଖେଳିବାକୁ ମନା କଲା ଆଫଗାନ କ୍ରିକେଟ ବୋର୍ଡ

NEWS7
mrutadeha-jabat-news

ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଧୀରେ ଧୀରେ ଚରମ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ୩ ଆଫଗାନିସ୍ତାନ କ୍ରିକେଟରଙ୍କର ମୃତ୍ୟୁ ହୋଇଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ସୂଚନା ଦେଇଛି। ଏହି ଘଟଣା ପରେ ଆଫଗାନିସ୍ତାନ ପାକିସ୍ତାନ ସହିତ କ୍ରିକେଟ ଖେଳରୁ ଓହରି ଯାଇଛି।

ଶୁକ୍ରବାର ପାକିସ୍ତାନ ଆଫଗାନିସ୍ତାନର ପାକ୍ତିତା ପ୍ରଦେଶରେ ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଘରୋଇ ମ୍ୟାଚ୍ ଖେଳୁଥିବା ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏଣୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଆଗାମୀ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଓହରି ଯାଇଥିବା ନେଇ ଘୋଷଣା କରିଛି।