‘ବେଡ୍‌ରେ ଥିଲେ ଅନ୍ୟ ମହିଳା..’ ସାମ୍ନାକୁ ଆସିଲା ସ୍ମୃତିଙ୍କ ବିବାହ ଭାଙ୍ଗିବାର ପ୍ରକୃତ କାରଣ, ରେଡ୍ ହ୍ୟାଣ୍ଡ୍ ଧରାପଡିଥିଲେ ଗାୟକ..

NEWS7
mp-aparajita-sarangi-pays-tribute-to-those-killed-in-pahalgam-terror-attack

ନୂଆଦିଲ୍ଲୀ ୨୪।୦୧; ସ୍ମୃତି ମନ୍ଧାନାଙ୍କ ସହ ବ୍ରେକଅପ୍ ପରେ ଗାୟକ ପଲାଶ ମୁଚ୍ଛଲ ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ତାଙ୍କ ବିରୁଦ୍ଧରେ ଗମ୍ଭୀର ଠକେଇ ଅଭିଯୋଗ ଆସିଛି। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗାୟକଙ୍କ ବିରୋଧରେ ୪୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି। ଏନେଇ ପୋଲିସ ନିଶ୍ଚିତ କରିଛି ଯେ, ଏହି ମାମଲାର ପ୍ରାଥମିକ ତଦନ୍ତ ଚାଲିଛି।ଏବେ ପଲାଶ ମୁଚ୍ଛଲଙ୍କ ବିରୋଧରେ ଠକେଇ ଅଭିଯୋଗ ପରେ ତାଙ୍କ ସମ୍ପର୍କରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଅଭିଯୋଗ ହୋଇଛି ଯେ, ପଲାଶ ଅନ୍ୟ ଜଣେ ମହିଳାଙ୍କ ସହିତ ବେଡରେ ଧରାପଡ଼ିଥିଲେ।

କିନ୍ତୁ ପରେ ମନ୍ଧାନାଙ୍କ ଟିମ୍, ଅନ୍ୟ ଭାରତୀୟ ମହିଳା ଖେଳାଳିମାନେ ତାଙ୍କ ସହିତ ଯାହା କଲେ ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ମନ୍ଧାନା ଏବଂ ବିଦ୍ୟାନ ଦୁଇ ଜଣ ଭଲ ବନ୍ଧୁ ଥିଲେ। ସ୍ମୃତିଙ୍କ ବାପା ଶ୍ରୀନିବାସ ବିଦ୍ୟାନଙ୍କ ସହ ପଲାଶଙ୍କର ସାକ୍ଷାତ କରେଇ ଥିଲେ।, କିନ୍ତୁ ସେ ଏବେ ଯାହା ପ୍ରକାଶ କରିଛନ୍ତି ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ପଳାଶ ବିବାହ ଦିନ ମଧ୍ୟ ସ୍ମୃତିଙ୍କୁ ଧୋକ୍କା ଦେଇଥିଲେ। ଏକ ସାକ୍ଷାତକାର ସମୟରେ ବିଦ୍ୟାନ ମାନେ କହିଛନ୍ତି, “ମୁଁ (ସ୍ମୃତି ଏବଂ ପଲାଶଙ୍କ) ବିବାହରେ ଉପସ୍ଥିତ ଥିଲି। ଯେତେବେଳେ ପଲାଶ ଅନ୍ୟ ଏକ ଝିଅ ସହିତ ବିଛଣାରେ ଶୋଇଥିବାର ଧରାପଡ଼ିଥିଲେ। ସେହି ସିନ୍ ପୁରାପୁରି ଆଶ୍ଚର୍ଯ୍ୟ ଥିଲା । ଏହା ପରେ ଭାରତୀୟ ମହିଳା କ୍ରିକେଟରମାନେ ତାଙ୍କୁ ଖୁବ୍ ମାଡ ମାରିଥିଲେ। ମୁଁ ଭାବିଥିଲି ସେ ବିବାହ କରି ସାଙ୍ଗଲିରେ ରହିବେ, କିନ୍ତୁ ଏହା ମୋ ପାଇଁ ସମ୍ପୂର୍ଣ୍ଣ ବିପରୀତ ହୋଇଗଲା।”ପଲାଶଙ୍କ ସମଗ୍ର ପରିବାର ଚୋର।

କହିବାକୁ ଗଲେ ୭ବର୍ଷର ସମ୍ପର୍କ ପରେ,ସେମାନେ ନଭେମ୍ବର୨୩ତାରିଖରେ ବିବାହ କରିବାର କଥା ଥିଲା,କିନ୍ତୁ ବିବାହ ସ୍ଥଗିତ ରଖାଯାଇଥିଲା। ଏକ କଥିତ ଚାଟ୍ ବାତିଲ ପାଇଁ ଦାୟୀ ବୋଲି ବିଶ୍ୱାସ କରାଯାଉଥିଲା। ଏହି ଚାଟ୍ରେ,ପଳାଶ ମୁଛଲଙ୍କ ବିରୁଦ୍ଧରେ ପ୍ରତାରଣା ଅଭିଯୋଗ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର୨୩ତାରିଖରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ଯେ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ବିବାହ ସ୍ଥଗିତ ରଖାଯାଇଛି। ସ୍ମୃତିଙ୍କ ପିତାଙ୍କୁ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା,କିନ୍ତୁ ବିବାହ ହୋଇନଥିଲା। ସ୍ମୃତି ତାଙ୍କ ଇନଷ୍ଟାଗ୍ରାମରୁ ମେହେନ୍ଦି ଏବଂ ହଳଦୀ ଉତ୍ସବର ଭିଡିଓ ଡିଲିଟ କରିଥିଲର,ଏବଂ ତାଙ୍କ ବନ୍ଧୁମାନେ ମଧ୍ୟ ଇନଷ୍ଟାଗ୍ରାମରୁ ଫଟୋ ଏବଂ ଭିଡିଓ ଡିଲିଟ କଲେ

ବିବାହ ଭାଙ୍ଗିବା ପରେ,ପଲାଶ ଏବଂ ସ୍ମୃତି ଇନଷ୍ଟାଗ୍ରାମରେ ସେମାନଙ୍କ ଜୀବନ ସହିତ ଆଗକୁ ବଢ଼ିବା ବିଷୟରେ ପୋଷ୍ଟ ସେୟାର କରିଛନ୍ତି। ଏହା ନିଶ୍ଚିତ କରିଛି ଯେ ଏହି ଦମ୍ପତି ବିବାହ କରିବେ ନାହିଁ ଏବଂ ଅଲଗା ହୋଇଯାଇଛନ୍ତି। ବିବାହ ଭାଙ୍ଗିବା ପରେ ସ୍ମୃତି ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଧ୍ୟାନ ଦେଇଛନ୍ତି।