LIVE TV

ୟୁକ୍ରେନ ଯୁଦ୍ଧ, କଏଦୀଙ୍କ ଅଦଳ ବଦଳ ଲାଗି ପୁଣି ଥରେ ସହମତି ପ୍ରକାଶ କଲା କିଭ୍‌

NEWS7
mother-carried-ill-daughter-in-shoulder-in-boipariguda-of-koraput

କିଭ୍: ରୁଷ-ୟୁକ୍ରେନ୍ ମଧ୍ୟରେ୩ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଅନେକ ସମୟରେ ଯୁଦ୍ଧ ବନ୍ଦ ନେଇ ଆଲୋଚନା ହୋଇଛି। କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । ଏବେ ୟୁକ୍ରେନ୍ ପୁଣି ଥରେ ବନ୍ଦୀ ଅଦଳ ବଦଳ ନେଇ ରାଜି ହୋଇଛି । ତୁର୍କୀ ଏବଂ ୟୁଏଇ ମଧ୍ୟସ୍ଥତାରେ ଏବେ ପୁଣି ଥରେ ୟୁକ୍ରେନ୍ ରୁଷ ସହ କଏଦୀଙ୍କ ଆଦାନ ପ୍ରଦାନ ନେଇ ସହମତି ପ୍ରକାଶ କରିଛି ।

ୟୁକ୍ରେନର ପ୍ରତିରକ୍ଷା ପରିଷଦର ସଚିବ ରୁସ୍ତମ ଓମେରୋବ କହିଛନ୍ତି ଯେ, ଏହି ଚୁକ୍ତି ୧୨୦୦ ୟୁକ୍ରେନ ନାଗରିକଙ୍କୁ ମୁକ୍ତ କରିବା ଉପରେ ପର୍ଯ୍ୟବେସିତ । ଏହାକୁ ସଫଳ କରିବା ଲାଗି ଏକ ବୈଠକ ହେବ । ଶୀତକାଳୀନ ଅବକାସ ଶେଷ ହେବା ପୂର୍ବରୁ ସମସ୍ତ କଏଦୀଙ୍କୁ ମୁକ୍ତ କରିବା ଲାଗି ୟୁକ୍ରେନ ଆଶା ରଖିଛି । ୟୁକ୍ରେନ ଏବଂ ରୁଷ ମେ, ଜୁନ ଏବଂ ଜୁଲାଇରେ ଇସ୍ତାନବୁଲ୍ରେ କଏଦୀ ଏବଂ ମୃତ ସୈନିକଙ୍କ ମୃତଦେହ ଆଦାନ ପ୍ରଦାନ କରିବା ଉପରେ ଆଲୋଚନା କରିଥିଲେ ।

ଅଗଷ୍ଟ ମାସରେ ଦୁଇ ଦେଶ ୧୪୬ ଜଣ କଏଦୀଙ୍କୁ ଅଦଳବଦଳ କରିଥିଲେ। ୟୁକ୍ରେନ୍ ମଧ୍ୟ ରୁଷିଆର କୁର୍ସ୍କ ଅଞ୍ଚଳର ଆଠ ଜଣ ବାସିନ୍ଦାଙ୍କୁ ଫେରାଇ ଦେଇଛି । ଏହି ଅଞ୍ଚଳ ଅଗଷ୍ଟ ୨୦୨୪ରେ କିଛି ସମୟ ପାଇଁ ୟୁକ୍ରେନୀୟ ନିୟନ୍ତ୍ରଣରେ ଆସିଥିଲା । କିନ୍ତୁ ପରେ ରୁଷ ସେନା ଦ୍ୱାରା ପୁନର୍ବାର କବଜା କରାଯାଇଥିଲା।

ରୁଷୀୟ ସୈନ୍ୟମାନଙ୍କୁ ବେଲାରୁସ ନିଆଯାଇଛି । ଯେଉଁଠାରେ ସେମାନଙ୍କୁ ରୁଷକୁ ଫେରାଇବା ପୂର୍ବରୁ ମାନସିକ ଏବଂ ଚିକିତ୍ସା ସହାୟତା ଦିଆଯାଉଛି । ଏହି ଆଦାନପ୍ରଦାନରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟସ୍ଥତା କରିଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଜୁଲାଇ ୨୩ ତାରିଖରେ ଇସ୍ତାନବୁଲରେ ହୋଇଥିଲା। ଆଲୋଚନା ପରେ, ରୁଷ ରାଷ୍ଟ୍ରପତିଙ୍କ ସହଯୋଗୀ ଭ୍ଲାଦିମିର ମେଡିନସ୍କୀଙ୍କ କହିଛନ୍ତି ଯେ, ଉଭୟ ପକ୍ଷ ଅତି କମରେ ୧୨୦୦ କଏଦୀଙ୍କୁ ଅଦଳବଦଳ କରିବାକୁ ରାଜି ହୋଇଛନ୍ତି।

ପୂର୍ବରୁ, ଜୁନ୍ ମାସରେ ଅନୁଷ୍ଠିତ ବୈଠକରେ, ଗୁରୁତର ଅସୁସ୍ଥ ଏବଂ ଆହତ କଏଦୀ, ୨୫ ବର୍ଷରୁ କମ୍ ବୟସର ସୈନିକ ଏବଂ ମୃତ ସୈନିକଙ୍କ ମୃତଦେହ ବିନିମୟ ପାଇଁ ମଧ୍ୟ ଏକ ସହମତି ହୋଇଥିଲା।