ମା’କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ବଞ୍ଚାଇବାକୁ ଯାଇଥିଲା ପୁଅ, ଚାଲିଗଲା ଉଭୟଙ୍କ ଜୀବନ

Published By : Prameya-News7 Bureau | April 22, 2025 IST

କଳାହାଣ୍ଡି : ବିଦ୍ୟୁତ ଆଘାତ ନେଲା ଦୁଇ ଜୀବନ । ଡକାଡକି ହୋଇ ଚାଲିଗଲେ ମା’-ପୁଅ । ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତୁର୍ଚି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମା’କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ବଞ୍ଚାଇବାକୁ ଯାଇଥିଲା ପୁଅ । ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା । 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତୁର୍ଚି ଠାରେ ମଙ୍ଗଳବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ମା’-ପୁଅଙ୍କ ମୃତ୍ୟୁ ଘଟିଛି । ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା ଓଦା କପଡ଼ା ଶୁଖେଇବାକୁ ଯାଇ ବିଦ୍ୟୁତ ସଂଯୋଗରେ ଆସିଥିଲେ । ମା’ଙ୍କୁ ଏଭଳି ଅବସ୍ଥାରେ ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା ମଧ୍ୟ ବିଦ୍ୟୁତ ଆଘାତର ଶିକାର ହେଇଥିଲେ । ଘଟଣାସ୍ଥଳରେ ହିଁ ମା’-ପୁଅଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । 

You Can Read:

ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.