LIVE TV

୫ ଗାଡ଼ିକୁ ଧକ୍କା ଦେଲା, ୫୦ ଜଣଙ୍କୁ ଚାପି ଦେଲା ଟ୍ରକ୍‌, ୧୦ ଜଣଙ୍କର ମୃତ୍ୟୁ

NEWS7
most-wanted-criminal-arrest-in-jatani

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ଭୟଙ୍କର ଦୁର୍ଘଟଣା। ଏକାବେଳକେ ୪ଟି ଗାଡିକୁ ପିଟିଲା ଡମ୍ଫର ଟ୍ରକ୍‌।  ପ୍ରଥମେ ଗୋଟିଏ କାର ଏବଂ ତାପରେ ଅନ୍ୟ ଚାରୋଟି ଯାନକୁ ଧକ୍କା ଦେଇଥିଲା। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଲୋକ କାର ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଟି ହର୍ମରା ଥାନା ଅଞ୍ଚଳର ଲୋହାମାଣ୍ଡି ରୋଡରେ ଘଟିଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଡମ୍ପରଟି ରାସ୍ତାରେ ଆସୁଥିବା ସମସ୍ତ ଲୋକଙ୍କ ଉପରେ ଚଢ଼ିଯାଇଥିଲା ପ୍ରାୟ ୫୦ ଜଣଙ୍କୁ ଚାପି ଚାଲିଗଲା। ଡ୍ରାଇଭର ମଦ୍ୟପାନ କରିଥିଲେ। ପ୍ରଥମ କାରକୁ ଧକ୍କା ଦେବା ପରେ, ସେ ଅଟକି ନଥିଲା ଅନ୍ୟ ଚାରୋଟି ଯାନକୁ ଧକ୍କା ଦେଇଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଡମ୍ପର ଡ୍ରାଇଭର ପାଞ୍ଚ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏଭଳି କାଣ୍ଡ ଭିଆଇଥିଲା।

ପୋଲିସ କହିବାନୁସାରେ ଯେ ଡମ୍ପର ଡ୍ରାଇଭର ପାଞ୍ଚଟି କାରକୁ ଧକ୍କା ଦେଇ ୫୦ ଜଣଙ୍କୁ ଚାପି ଦେଇଥିଲା ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୪୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡମ୍ପର ଡ୍ରାଇଭର ମଦ୍ୟପାନ କରିଥିଲେ। କିଛି ଲୋକ ଏବେ ବି କାର ତଳେ ଫସି ରହିଥିବା ଆଶଙ୍କା କରାଯାଉଛି, ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।