ବଡ଼ ଅଘଟଣ, ପୋଲ ଭୁଶୁଡ଼ି ନଦୀରେ ଭାସିଗଲେ ୩୦ରୁ ଉର୍ଦ୍ଧ୍ବ

Published By : Prameya-News7 Bureau | June 15, 2025 IST

ପୁଣେ: ମହାରାଷ୍ଟ୍ର ପୁଣେରେ ବଡ଼ ଅଘଟଣ। ପୁଣେ ତଲେଗାଓଁର କୁଣ୍ଡମାଳରେ ଥିବା ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ିଯିବାରୁ ୨୫- ୩୦ ଲୋକ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫-୬ ଜଣକ ଉଦ୍ଧାର କରିଥିବାବେଳେ, ୬ ଜଣକ ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଏମାନେ ସମସ୍ତେ ନଦୀରେ ବନ୍ୟାଜଳ ଦେଖିବାକୁ ପୋଲ ଉପରେ ଛିଡ଼ା ହୋଇଥିଲେ।

ସୂଚନା ଅନୁଯାୟୀ, ରବିବାର ପ୍ରବଳ ବର୍ଷା କାରଣରୁ ଇନ୍ଦ୍ରାୟଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଏମିତିରେ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ବ୍ରିଜ ଉପରେ ଲୋକେ ଭିଡ଼ ଜମାଇଥିଲେ। ଆଉ ଏହି ସମୟରେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା।

ସୂଚନା ମିଳିଛି, ପୋଲଟି ପୂର୍ବରୁ ହିଁ ଖରାପ ଅବସ୍ଥାରେ ଥିଲା। ପ୍ରାୟ ୨-୩ ମାସ ତଳୁ ଏହା ଉପରେ ଗାଡ଼ି ଚଳାଚଳ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ରବିବାର ନଦୀରେ ବନ୍ୟା ଜଳ ଦେଖିବାକୁ ଆସି ଲୋକେ ମୃତ୍ୟୁମୁଖରେ ପଡ଼ିଛନ୍ତି। 

ସେପଟେ ସୂଚନା ପାଇ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୬ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ, ୫-୬ ଜଣକୁ ନଦୀର ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଭିଡ଼ ଜମା ହୋଇଥିବାବେଳେ ଲୋକଙ୍କ ମଧ୍ୟରେ ଭୟରେ ମାହୋଲ ଦେଖିବାକୁ ମିଳିଛି। ପ୍ରଶାସନ ଲୋକଙ୍କୁ ନଦୀ ପାଖରେ ଅଯଥା ଭିଡ଼ ନଜମାଇବାକୁ ଅପିଲ କରିବା ସହ ସ୍ଥିତି ଉପରେ କଡ଼ା ନଜର ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.