ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରର ସଫଳତା, ଗୋଟିଏ ଅନୁଷ୍ଠାନରୁ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ

Published By : Prameya-News7 Bureau | June 15, 2025 IST

ବ୍ରହ୍ମପୁର ୧୫।୬: ନିଟ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରକୁ ମିଳିଛି ବଡ଼ ସଫଳତା । ଏକା ଥରକେ ଗୋଟିଏ ଅନୁଷ୍ଠାନରୁ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସଫଳତାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖୁସି ଜାହିର କରିଛନ୍ତି । ଜଣେ ଛାତ୍ର ରୁଦ୍ର ପ୍ରତାପ ସ୍ୱାଇଁ ୬୦୪ ନମ୍ବର ସହ ସର୍ବ ଭାରତୀୟ ସ୍ତରରେ ୧୧୨୦ ରାଙ୍କ ରଖି ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି । ବାପାଙ୍କ ଦେହାନ୍ତ ପରେ ପାଠପଢା ପାଇଁ ଚିନ୍ତିତ ଥିଲେ । ମା’ ଅଙ୍ଗନାୱାଡି କର୍ମୀ ହୋଇ ପୁଅର ସ୍ବପ୍ନକୁ ସାକାର କରିବାକୁ ଲାଗି ପଡ଼ିଥିଲେ । ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରର ସହାୟତାରେ ନିଟ୍ ଭଳି ପରୀକ୍ଷାରେ ଭଲ ନମ୍ବର ରଖିବାକୁ ସକ୍ଷମ ହୋଇଥିବା ବେଳେ ଆଜି ଅନୁଷ୍ଠାନ ପକ୍ଷରୁ କୃତିତ୍ତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

You Can Read:

ପଳପଳା ନଦୀରେ ବୁଡି ୨ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଗଲେ ଦୁଇ ଯୁବକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.